ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ନିଜ ବକ୍ତବ୍ୟରେ ଶତ୍ରୁକୁ ଉଚ୍ଚ ପିଢ଼ା ଦେଇ ନିଜ ସତ୍ଚରିତ୍ର ସାଧୁ ହୃଦୟର ପରିଚୟ ସୃଷ୍ଟି କରିବେ। ସ୍ବାର୍ଥ ଜଡ଼ିତ ସେବା କ୍ଷେତ୍ରରେ ରହି ମଧ୍ୟ ଜନ କଲ୍ୟାଣ ଅଭିମୁଖୀ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ।
ବୃଷ: ପୂର୍ବ ପ୍ରଚଳିତ ଯୋଜନାରେ ସୁଫଳ ସ୍ବରୂପ ବିଭିନ୍ନ ସୂତ୍ରରୁ ପ୍ରଚୁର ଧନ ଆସି ଆର୍ଥିକ ସ୍ଥିତିକୁ ଦୃଢ଼ କରିବ। ପତ୍ନୀଙ୍କ ଅଳଙ୍କାର ପ୍ରେମ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବେ। ଧାର୍ମିକ ଓ ତେଜସ୍ବୀ ହେବେ।
ମିଥୁନ: କୃଷି ପ୍ରଧାନ ରାଜ୍ୟ ଉତ୍କଳର ଜଣେ ସୁଯୋଗ୍ୟ ସନ୍ତାନଭାବେ ଦୀକ୍ଷିତ ହେବେ। କୃଷି କର୍ମର ଜ୍ଞାନ ବିତରଣ କରି କୃଷକଙ୍କ କୃଷି ଉତ୍ପାଦନର ସହାୟକ ହେବେ। ଉତ୍କଳର ଖାଦ୍ୟ ଭଣ୍ଡାରକୁ ପରିପୂର୍ଣ୍ଣ କରିବେ।
କର୍କଟ: ଈଶ୍ବରୀୟ ଭକ୍ତିରେ ଶକ୍ତିସମ୍ପନ୍ନ ହୋଇ ଜଣେ ଯୋଗାରୁଢ଼ ସାଧକ ଭାବେ ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସାହସୀ ଓ ପ୍ରେମୀ ଭାବେ ସ୍ବେଚ୍ଛାକୃତ ସେବକ ହୋଇପାରନ୍ତି। ଅନୁଜଙ୍କ ଭକ୍ତିଭାବ ପ୍ରାପ୍ତ ହେବେ।
ସିଂହ: ଜଣେ ଶିଶୁବତ୍ସଳ ଓ ବିଦ୍ୟାପ୍ରେମୀ ଭାବେ ଆଶ୍ରିତ ଛାତ୍ରଛାତ୍ରୀଙ୍କ ପ୍ରତି ମଧୁର ଭାଷା ବ୍ୟବହାର କରି ପରମ କଲ୍ୟାଣୀୟ ମାର୍ଗରେ ସେମାନଙ୍କୁ ମାର୍ଗୀ କରିପାରନ୍ତି। ପତ୍ନୀଙ୍କ ସହଯୋଗ ରୂପକ ସେବାରେ ସୁଖୀ ହେବେ।
କନ୍ୟା: ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ତୁଳା : ଜଣେ ରାଜଯୋଗୀଭାବେ ଆପଣ ସଦାସର୍ବଦା କର୍ମଚଞ୍ଚଳ ରହିବେ। ଆପଣଙ୍କ ଆଜିର ଭାଷା ଏପରି ନମନୀୟ ଓ କମନୀୟ ହେବ ଯେ ଯାହା ଫଳରେ ପରକୁ ଆପଣାର କରିବେ। ଅନ୍ନଦାନ କରିପାରନ୍ତି।
ବିଛା: ଅସାଧ୍ୟ ସାଧନର କଳା ଆପଣଙ୍କର ଅଛି। ଆପଣଙ୍କ ଉପଦେଶ ଓ ଚେତାବନୀ ସୁଦୂର ପ୍ରସାରୀ ହେବ। ଅସମ୍ଭବ ଏକ ଶବ୍ଦ ଯାହା ଆପଣଙ୍କ ଅଭିଧାନରେ ନାହିଁ। ନିଷ୍ଠାପର କାର୍ଯ୍ୟ ଯୋଗଁୁ ପୁରସ୍କୃତ ହେବେ।
ଧନୁ: ମନରେ ଧ୍ୟାନର ଦୀପ ପ୍ରଜ୍ଜ୍ବଳନ କରି ଆତ୍ମଶକ୍ତିକୁ ଗରିମାମୟ କରିପାରନ୍ତି। ଶୁଦ୍ଧ ଆଚରିତ ପରଧର୍ମଠାରୁ ନିଜ ଧର୍ମ ଶ୍ରେଷ୍ଠ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶ୍ରେଷ୍ଠ ବିଚାରକ ହେବେ।
ମକର: ଭଲ ରୋଜଗାର ହେବ। ଧନବାନ୍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଶକ୍ତିମାନ୍ ଓ ରୂପବାନ୍ ହୋଇପାରନ୍ତି। ସୁସ୍ବାଦୁ ଭୋଜନ ମିଳିବ। ଚିନ୍ତାଧାରା ମହତ୍ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ।
କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ ଓ ମିଳିଥିବା କ୍ଷମତାର ସଦୁପଯୋଗ କରି ପ୍ରଶଂସାର ପାତ୍ର ହେବେ। ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅର୍ଥାଗମର ସୂଚନା ମିଳୁଛି।
ମୀନ : କୌଣସି କାର୍ଯ୍ୟ ତରବର ହୋଇ ନିଷ୍ପତ୍ତି ନେଲେ ସୁଫଳ ମିଳିବା କଷ୍ଟସାଧ୍ୟ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବେ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..