Report Card Odisha

| Daily Odia News

ଧର୍ମ କାର୍ଯ୍ୟରେ ଧନ ସଞ୍ଚୟ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ମେଷ: ପରଧନରେ ଧନୀ ହୋଇପାରନ୍ତି। ମନୋରଞ୍ଜନକାରୀ ହେବେ। ରସିକ ହୋଇପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ସ୍ବାସ୍ଥ୍ୟ ପାଇଁ ଓ ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ: ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ-ବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ। ଚତୁର ହୋଇପାରନ୍ତି। ସରକାରୀ ଅର୍ଥ ମିଳିବ।

ମିଥୁନ: ଲୋଭାସକ୍ତ ହୋଇପାରନ୍ତି। ଧନ ଲାଭକାରୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ଗୁଣବାନ୍‌ ଓ ବହୁ ବିଦ୍ୟା ପାରଙ୍ଗମ ହେବେ। ଧର୍ମ କାର୍ଯ୍ୟରେ ଧନ ସଞ୍ଚୟ ହେବ।

କର୍କଟ: ନୃତ୍ୟ, ସଂଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହେଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି।

ସିଂହ: ବୁଦ୍ଧିମାନ୍‌ ହେବେ। ଯାନ-ବାହନ ସୁଖ ମିଳିବ। ବିଭିନ୍ନ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପୁତ୍ର ସୁଖରେ ସୁଖୀ ହେବେ। ପରୋପକାରୀ ହେବେ ।

କନ୍ୟା: ଅତିଥି, ଗୁରୁ ଓ ଦେବପୂଜାରୁ ନିରତ ହୋଇପାରନ୍ତି। ତୀର୍ଥଯାତ୍ରାଦି ଶୁଭକର୍ମରେ ଧନବ୍ୟୟ କରିବେ। ସରକାରଙ୍କ ପରାମର୍ଶଦାତା ହେଇପାରନ୍ତି। ସକଳ ଶାସ୍ତ୍ରଜ୍ଞାତା ଓ ଦେବଦ୍ବିତ ପରାୟଣ ହେବେ।

ତୁଳା: ସୁଗୁଣ ସମ୍ପନ୍ନ ହେଇପାରନ୍ତି। ଧନୀ ହେବେ। ସଦାସର୍ବଦା ସତ୍ୟର ପୂଜାରୀ ହେବେ। ପତ୍ନୀ ଉତ୍ତମ ହେବ। ସୁବର୍ଣ୍ଣ ସମ୍ପଦ ମିଳିପାରେ। ପୁତ୍ର ସୁଖ ମିଳିବ। ଶତ୍ରୁ ବିକାଶକାରୀ ମାନସିକ ଶାନ୍ତି ଫେରିପାଇବେ।

ବିଛା: ମକରଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ଓ ମୁଖ୍ୟ କର୍ତ୍ତା ହେଇପାରନ୍ତି। ବହୁ ଧନ, ପୁତ୍ର ଉତ୍ତମ ବଂଶରୁ କନ୍ୟାଲାଭ କରିବ।

ଧନୁ: ଶତ୍ରୁ ବିନାଶ କରିପାରନ୍ତି। ସତ୍‌ ପୁତ୍ରର ଜନକ ହେଇପାରନ୍ତି। ରାଜପୂଜିତ, ଯାନବାହନ ଯୁକ୍ତ, ପରାକ୍ରମଶାଳୀ ଓ ବହୁ ପୋଷକ ହେଇପାରନ୍ତି। ସେବକ ମନୋଭାବର ହେବେ।

ମକର: ବହୁଭାଷୀ ହେବେ। ସକଳ ଗୁଣ ଯୁକ୍ତ, ସୁଖୀ, ସମ୍ମାନିତ ହେଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଭାଷା, ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିଜୟ ହାସଲ କରିବେ।

କୁମ୍ଭ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷୀ ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଆପଣଙ୍କ କାର୍ଯ୍ୟ ନିଷ୍ଠା ଉତ୍ତମ ହେବ। ସମସ୍ତଙ୍କର ପ୍ରିୟପାତ୍ର ହେବେ।

ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ମନୋବୃତ୍ତିର ହେଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ଯଶସ୍ବୀ ହେବେ। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ।

Breaking News