ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ: ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ର ଜାତ ସାଧବା ମହିଳାମାନେ ନିର୍ଜ୍ବଳା ଉପବାସ ରହି ତାଙ୍କ ସ୍ବାମୀଙ୍କୁ ମହାବିପଦରୁ ରକ୍ଷା କରିବାକୁ ପାରଙ୍ଗମ ହେବେ। ସତ୍ ପରାୟଣ ହେବେ।ବୃଷ: ମୃଗଶିରା ନକ୍ଷତ୍ର ଜାତ ସଧବାମାନେ ପଞ୍ଚଗ୍ରହ କୂଟର ସମ୍ମୁଖୀନ ହୋଇ ବି ତାଙ୍କର ପତି ପରାୟଣାଭାବକୁ ଉଜ୍ଜ୍ବଳମୟ କରିବେ। କୃତ୍ତିକା ଓ ରୋହିଣୀ ନକ୍ଷତ୍ର ଜାତ ମଧ୍ୟ ଶୁଭଫଳ ପାଇବେ।ମିଥୁନ: ଆଦ୍ରା ଓ ମୃଗଶିରା ନକ୍ଷତ୍ର ଜାତ ସଧବାମାନେ ଜୀବନର ମହାନ୍ ସାବିତ୍ରୀ ବ୍ରତରେ ବ୍ରତୀ ହୋଇ ସ୍ବାମୀଙ୍କ ମହାବିପଦକୁ ଟାଳିଦେବେ। ପୁନର୍ବସୁ ମଧ୍ୟ ଅନୁରୂପ ଫଳ ପ୍ରାପ୍ତହେବେ। ଈଶ୍ବରଙ୍କ ଭକ୍ତିରେ ଶକ୍ତି ସମ୍ପନ୍ନ ହେବେ।କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ସଧବାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ଆଚରଣରେ କାଳ ଦେବତାଙ୍କୁ ସନ୍ତୁଷ୍ଟ କରି ଶୁଭଫଳ ପ୍ରାପ୍ତ ହେବେ। ପୁନର୍ବସୁ ଓ ଅଶ୍ଳେଷାକଷ୍ଟ ସହି ଶୁଭ ଫଳ ପାଇବେ।ସିଂହ: ମଘାନକ୍ଷତ୍ର ଜାତ ସଧବାମାନେ ଉପବାସ ଜନିତ ଦୃଢ଼ ବ୍ରତ ଆଚରଣ କରି ସ୍ବାମୀଙ୍କର ସଙ୍କଟମୋଚନ ଭୂମିକା ଗ୍ରହଣ କରିବେ। ଉତ୍ତରା ଫାଲ୍ଗୁନୀ ଓ ପୂର୍ବ ଫାଲ୍ଗୁନୀର ମଧ୍ୟ ବହୁ ଶୁଭଫଳ।କନ୍ୟା: ଚିତ୍ରା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ସଧବାମାନେ ପତିଭକ୍ତିରେ ଅଟଳ ରହି କାଳପୁରୁଷଠାରୁ ସ୍ବାମୀଙ୍କ ଜୀବନ ରକ୍ଷା କରିବାରେ ସିଦ୍ଧହସ୍ତ ହେବେ। ହସ୍ତା ନକ୍ଷତ୍ର ଜାତ ସଧବା ଆଶାନୁରୂପ ଶୁଭଫଳ ପାଇବେ।ତୁଳା: ସ୍ବାତୀ ଓ ଚିତ୍ରା ନକ୍ଷତ୍ରଜାତ ସଧବାମାନେ ଅସହ୍ୟ କଷ୍ଟ ଓ ଅସୁସ୍ଥତାକୁ ଜଳାଞ୍ଜଳି ଦେଇ ସ୍ବାମୀଙ୍କୁ ସଙ୍କଟରୁ ମକ୍ତ କରିବେ। ବିଶାଖା ନକ୍ଷତ୍ର ଜାତ ସଧବାମାନେ ଅନୁରୂପ ଫଳ ପ୍ରାପ୍ତି ହେବେ।ବିଛା: ଅନୁରାଧା ନକ୍ଷତ୍ର ଜାତ ସଧବାମାନେ ନିର୍ଜଳା ଉପବାସର ଚରମ କଷ୍ଟ ସହି ସ୍ବାମୀ ଭକ୍ତିରେ ବିଲୀନ ହୋଇ ପୂଜାର୍ଚ୍ଚନାରେ କାଳଦେବତାଙ୍କୁ ସନ୍ତୁଷ୍ଟ କରି ଶୁଭଫଳ ପାଇବେ। ବିଶାଖା ଓ ଜ୍ୟେଷ୍ଠା ଅନୁରୂପ ଶୁଭଫଳ ପ୍ରାପ୍ତହେବେ।ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ରତିଜିତା ପଣ୍ଡିତ। ସାଧବାଣୀମାନେ ନିଜେ ଦୃଢ଼ବତ ଆଚରଣ କରି ଅନ୍ୟାନ୍ୟ ବ୍ରତଧାରୀ ସଧବାଙ୍କର ସହାୟତା କରି ଅତି ଶୁଭଫଳ ପାଇବେ। ପୂର୍ବାଷଢ଼ାଙ୍କର ମଧ୍ୟ ଶୁଭଫଳ ପାଇବେ।ମକର: ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ସଧବାମାନେ କାଳପୁରୁଷଙ୍କୁ ପ୍ରେମଭକ୍ତି ନିବେଦନରେ ସନ୍ତୁଷ୍ଟ କରି ସ୍ବାମୀଙ୍କୁ ମହାବିପଦରୁ ମୁକ୍ତ କରିବେ। ଶ୍ରବଣାନକ୍ଷତ୍ର ଜାତ ସଧବା ଅନୁରୂପ ଫଳ ପାଇବେ।କୁମ୍ଭ: ଶତଭିଷା ନକ୍ଷତ୍ରଜାତ ସଧବାମାନେ ଧର୍ମ ପରାୟଣୀ ହୋଇ ଓ ଦାନ, ଧ୍ୟାନ କରି ତତ୍ଜନିତ ପୁଣ୍ୟ ବଳରେ ସ୍ବାମୀଙ୍କ ଜୀବନ ରକ୍ଷାକାରୀ ହେବେ। ଧାନିଷ୍ଠା ଓ ପୂର୍ବଭଦ୍ରା ନକ୍ଷତ୍ର ଜାତ ସଧବା ବହୁ ଶୁଭଫଳ ପାଇବେ।ମୀନ: ଉତ୍ତରା ଭାଦ୍ରପଦ ନକ୍ଷତ୍ର ଜାତ ସଧବା ନିଜର ପ୍ରାତ୍ପ୍ୟୁପନ୍ନମତି କଥାରେ ବରଦାନ କ୍ଷେତ୍ରରେ କାଳପୁରୁଷଙ୍କୁ ଅସୁବିଧାରେ ପକାଇ ସ୍ବାମୀଙ୍କ ଜୀବନ ରକ୍ଷା ସହିତ ପୁତ୍ରବତୀ ହେବାର ଆଶୀର୍ବାଦ ପାଇବେ।
More Stories
ଆଜି ମହାପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ……
ଭବିଷ୍ୟତ ଉଜ୍ଜ୍ବଳମୟ ହେବ……
ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଆଜି ଚକାକୁ ବିଜେ…..