ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହୋଇପାରନ୍ତି। କର୍ମ ପ୍ରବଣତାରେ ବ୍ୟସ୍ତ ରହି କ୍ଷୁଧାତୁର ଥିବାରୁ ଭୋଜନ ସୁଧା ତୁଲ୍ୟ ହୋଇପାରେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ବିବାଦୀୟ ବିତର୍କକୁ ଅନୁଧ୍ୟାନ କରି ସେଥିରୁ ଓହରିଯାଇ ପାରନ୍ତି। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରି ସ୍ବାର୍ଥ ହାସଲ କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ସୁସ୍ଥ ରହିବେ।
ମିଥୁନ: ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
କର୍କଟ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସରକାରଙ୍କ କୃପା ପାତ୍ର ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ନମସ୍ୟ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
କନ୍ୟା: ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଜଳଯାତ୍ରା ବିପଦ ପୂର୍ଣ୍ଣ ହୋଇପାରେ। ପେଟରେ ବ୍ୟଥା ଅନୁଭବ କରିପାରନ୍ତି। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପତିପତ୍ନୀ ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଲାଭ କରିବେ।
ବିଛା: କୌଣସି ସ୍ତରରୁ ସହାୟତା ନମାପି ନିଜ ବୁଦ୍ଧି ବଳରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।
ଧନୁ: ଆତିଥ୍ୟରେ ପ୍ରବଚନର ପ୍ରସ୍ତୁତି ପାଇଁ ନାନା ଉପାଦେୟ ପୁସ୍ତକ ଅଧ୍ୟୟନ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଭଣ୍ଡାର ପରିପୂର୍ଣ୍ଣ କରିପାରେ। କାର୍ଯ୍ୟକ୍ଷେତ୍ରରେ ଅସାଧ୍ୟସାଧନ କରିପାରନ୍ତି।
ମକର: ନିଜ ଉଦ୍ୟମରେ ଗୃହ ପରିବେଶକୁ ପ୍ରଦୂଷଣମୁକ୍ତ କରିପାରନ୍ତି। କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦିତ କରି ପ୍ରାପ୍ତ କ୍ଷମତା ହାସଲ କରିବେ। ଯାନବାହନ ସୁଖ ମିଳିବ।
କୁମ୍ଭ: କେତେକ କ୍ଷେତ୍ରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନ ଲାଭକରି ମାନସିକ ସ୍ତରରେ ପରମ ଶାନ୍ତି ଲାଭ କରିବେ।
ମୀନ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। କୀର୍ତ୍ତିମାନ୍ ହେବେ। କର୍ମଚଞ୍ଚଳ ରହିବେ। ସହିଷ୍ଣୁ ହେବେ।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..
ମନ ପ୍ରଫୁଲ୍ଲ ରହିବ……