Report Card Odisha

| Daily Odia News

ଦାମ୍ପତ୍ୟରେ ସୁଖ ବୃଦ୍ଧି ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ- କର୍ମକ୍ଷେତ୍ରରେ ବ୍ୟସ୍ତତା ରହିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ପରିବାରର ସହଯୋଗ ମିଳିବ। ଅଟକିଥିବା କାମ ଆଗକୁ ବଢ଼ିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ସନ୍ଧ୍ୟାରେ ଶୁଭ ଖବର ପାଇପାରନ୍ତି। ମନୋବଳ ଦୃଢ଼ ରହିବ। ଅନାବଶ୍ୟକ ଚିନ୍ତା କମିବ।

ବୃଷ- ଧନପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ସୁଖ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଘର ପାଇଁ ଦରକାରୀ ବସ୍ତୁ କିଣିପାରନ୍ତି। ମନ ପ୍ରଫୁଲ୍ଲ ରହିବ। ଆର୍ଥିକ ସ୍ଥିତି ମଜବୁତ ହେବ।

ମିଥୁନ- ନୂତନ ସୁଯୋଗ ମିଳିବ। ଦ୍ରବ୍ୟପ୍ରାପ୍ତି ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସୁଧୁରିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ସମ୍ମାନ ବଢ଼ିବ। ଅଧାରେ ରହିଥିବା କାମ ପୂରଣ ହେବ। ଘରେ ହସଖୁସିର ପରିବେଶ ରହିବ।

କର୍କଟ- କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂତନ ଆୟର ପଥ ଖୋଲିବ। ପରିଶ୍ରମର ଫଳ ପାଇବେ। ପରିବାରରେ ଶୁଭ ପରିବେଶ ରହିବ। ବ୍ୟବସାୟରେ ଲାଭ ହେବ। ଆତ୍ମବିଶ୍ୱାସ ବଢ଼ିବ। ବଡ଼ମାନଙ୍କ ଆଶୀର୍ବାଦ ମିଳିବ। ଇଚ୍ଛା ପୂରଣ ହୋଇପାରେ।

ସିଂହ- ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଅଘଟଣର ସମ୍ଭାବନା ରହିଛି। ଅନାବଶ୍ୟକ ବିବାଦକୁ ଏଡ଼ାନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ସଂଯମ ରକ୍ଷା କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦେବଦର୍ଶନର ସୁଯୋଗ ମିଳିପାରେ।

କନ୍ୟା- କାର୍ଯ୍ୟସୂତ୍ରରେ ଯାତ୍ରାଯୋଗ ରହିଛି। ନୂତନ ବ୍ୟକ୍ତିଙ୍କ ସହ ପରିଚୟ ହେବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପରିବାରର ସହଯୋଗ ପାଇବେ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଦିନଟି ଶୁଭ ରହିବ। ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ରହିବ। ଦୂରରୁ ଭଲ ସମ୍ବାଦ ଆସିପାରେ।

ତୁଳା- ଅନାବଶ୍ୟକ ଅର୍ଥବ୍ୟୟ ବଢ଼ିପାରେ। ଧନ ନେଣଦେଣରେ ସତର୍କ ରୁହନ୍ତୁ। ପରିବାରରେ ମଧୁରତା ରହିବ। ବନ୍ଧୁଙ୍କ ସାହାଯ୍ୟ ମିଳିବ। କାର୍ଯ୍ୟରେ ଧୈର୍ଯ୍ୟ ରଖନ୍ତୁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ଘରେ ଶାନ୍ତି ବଜାୟ ରହିବ।

ବିଛା- ଚନ୍ଦ୍ରବଳ ଯୋଗୁଁ ଭାଗ୍ୟର ସହଯୋଗ ମିଳିବ। ଭୂମିଲାଭର ଯୋଗ ରହିଛି। ଦାମ୍ପତ୍ୟରେ ସୁଖ ବୃଦ୍ଧି ପାଇବ। ଧନପ୍ରାପ୍ତି ହେବ। ଅଟକିଥିବା କାମ ସଫଳ ହେବ। ମାନ- ସମ୍ମାନ ବଢ଼ିବ। ନୂତନ ଯୋଜନା ଆରମ୍ଭ କରିପାରନ୍ତି। ଆତ୍ମବିଶ୍ୱାସ ଉଚ୍ଚ ରହିବ।

ଧନୁ- ଦିନ ଭଲରେ କଟିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବ୍ୟବସାୟରେ ଲାଭ ହେବ। ପରିବାରରେ ଆନନ୍ଦ ରହିବ। ମିତ୍ରଙ୍କ ସହ ସମୟ ବିତାଇବେ। ମନ ଶାନ୍ତ ରହିବ। ପୂଜାପାଠରେ ଆଗ୍ରହ ବଢ଼ିବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ।

ମକର- ନିକଟ ସମ୍ପର୍କରେ ବିଚ୍ଛେଦ ଜନିତ ମନାନ୍ତର ହୋଇପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଅର୍ଥ ବିଷୟରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରର ବଡ଼ଙ୍କ ପରାମର୍ଶ ନିଅନ୍ତୁ। ଧୈର୍ଯ୍ୟ ରଖିଲେ ପରିସ୍ଥିତି ସୁଧୁରିବ। ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ବିବାଦର ସମାଧାନ ହେବ। କାର୍ଯ୍ୟରେ ଧୀରେ ଧୀରେ ଉନ୍ନତି ମିଳିବ।

କୁମ୍ଭ- ବ୍ୟବସାୟରେ ଆୟବୃଦ୍ଧି ହେବ। ନୂତନ କାର୍ଯ୍ୟରୁ ଲାଭ ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖ- ଶାନ୍ତି ରହିବ। ଦ୍ରବ୍ୟପ୍ରାପ୍ତିର ଯୋଗ ରହିଛି। ମାନସିକ ସନ୍ତୋଷ ମିଳିବ। ଅଟକିଥିବା ଟଙ୍କା ଫେରି ମିଳିପାରେ। ସମ୍ମାନ ବୃଦ୍ଧି ପାଇବ।

ମୀନ- ପରିଶ୍ରମର ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପରିବାରରେ ଶୁଭ ଖବର ଆସିପାରେ। ଯାତ୍ରା ଲାଭଦାୟକ ହେବ। ପ୍ରଶଂସାପ୍ରାପ୍ତି ହେବ। ସନ୍ତାନ ପକ୍ଷରୁ ଆନନ୍ଦ ମିଳିବ। ମନରେ ନୂତନ ଉତ୍ସାହ ଜାଗ୍ରତ ହେବ।

Breaking News