Report Card Odisha

| Daily Odia News

ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେ​ଷ :​‌ ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌ ଓ ସାହସୀ ହୋଇପାରନ୍ତି। ସମ୍ପତ୍ତିବାନ୍‌ ହେବାର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ବୃଷ : ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଶତ୍ରୁତା ବୃଦ୍ଧିର ସୂଚନା ମିଳୁଛି। ଜଳଯାତ୍ରା ନ କରିବା ଭଲ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।

ମିଥୁନ : ବନ୍ଧୁ ମିଳନ ସୁଖଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ଅଧୀନ ହେବେ।
କର୍କଟ : ବଦ୍‌ଖର୍ଚ୍ଚୀ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ।

ସିଂହ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

କନ୍ୟା : ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ।

ତୁଳା : ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡାକଫରେ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ।

ବିଚ୍ଛା : ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ, ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିପାରେ।
ଧନୁ : ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ମାତ୍ରା ବୃଦ୍ଧି ହୋଇପାରେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ମକର : କର୍ମଚଞ୍ଚଳ ରହିବେ। ଏକାନ୍ତରେ କିଛି ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ଚକ୍ଷୁୁରେ ପୀଡ଼ା ଉପୁଜିପାରେ। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରଖିବେ।

କୁମ୍ଭ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ।

ମୀନ : କୁଳପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

 

Breaking News