ରିପୋର୍ଟ କାର୍ଡ / ଭୁବନେଶ୍ବର
ମେଷ : ବିନୟାବନତ ହୋଇପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରବଳ ପ୍ରତାପୀ ହେବେ। ଦ୍ବିଜମାନଙ୍କର ଅନୁରକ୍ତ ହେବେ। ଆର୍ଥିକ ସ୍ଥିତି ଦୃଢ଼ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ।
ବୃଷ : ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଭୀଷ୍ଟ ପୂରଣ ପାଇଁ ସତ୍ପଥଗାମୀ ହେବେ। ସନ୍ତାନସନ୍ତତି ଓ ପତିପ୍ରାଣା ପତ୍ନୀଙ୍କ ସହାୟତା ମିଳିବ। ସରକାରୀ ଧନ ମିଳିପାରେ। କ୍ଷମତାଧାରୀ ହେବେ।
ମିଥୁନ : ଗୁରୁକୃପା ଲାଭ କରିପାରନ୍ତି। ଭ୍ରମଣ ବୃଥା ହେଲେ ବି ସର୍ବସୁଖ ମିଳିପାରେ। ପ୍ରମଦା ନିରସ୍ତ୍ର ହେବେ। ଶାନ୍ତି ବ୍ୟାହତ ହୋଇପାରେ। ପ୍ରତି ପାଦପାତରେ ସତର୍କତାର ସହ ଚଳିବାକୁ ପଡ଼ିବ।
କର୍କଟ : ଅନ୍ୟର ସହଧର୍ମିଣୀଙ୍କୁ ମାତୃବତ୍ ଜ୍ଞାନ ନ କଲେ ଦୁର୍ଦଶାର ସମ୍ମୁଖୀନ ହୋଇପାରନ୍ତି। କାମ ପ୍ରବୃତ୍ତିକୁ ନିବୃତ୍ତକରି ପ୍ରେମୀ ପ୍ରକୃତିସମ୍ପନ୍ନ ହେଲେ ପାରିବାରିକ ସୁଖ ମିଳିବ। ଦିନରେ ଘଟିଥିବା ଘଟଣା ସୁଖବୋଧ ହେବ।
ସିଂହ : ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। କର୍ମକ୍ଷେତ୍ରରେ ଭୀରୁତା ପ୍ରଦର୍ଶନ କରିପାରନ୍ତି। ଋଣଦାତା ବିନା ସୁଧରେ କେବଳ ପ୍ରଦତ୍ତ ଅର୍ଥ ଫେରସ୍ତ ନେଇପାରନ୍ତି। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ।
କନ୍ୟା : ପୁତ୍ର ସୁଖ ମିଳିବା ଦିବା ସ୍ବପ୍ନ ଭଳି ହେବ। ସଦାସର୍ବଦା ଅଧ୍ୟୟନରତ ରହିବେ; ମାତ୍ର ତାକୁ ସଙ୍ଗେ ସଙ୍ଗେ ଲିପିବଦ୍ଧ ନ କଲେ ଭୁଲିଯିବେ। ପତ୍ନୀଙ୍କ ସହାୟତା ପାଇ ଖୁସି ହେବେ। ପ୍ରଚୁର ଅର୍ଥ ମିଳିବ।
ତୁଳା : ଅନ୍ୟାୟ ମାର୍ଗରେ ପରିଚାଳିତ ହେଲେ ମଧ୍ୟ ମୁହଁଟାଣ ସମ୍ପନ୍ନ ହେବେ। ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ରହିବେ। ହାସ୍ୟ ଅଭିନେତା ହୋଇ ଅନୁକୀର୍ତ୍ତନରୁ ଧନ ଅର୍ଜନ କରିବେ। ପରିଶ୍ରମର ମୂଲ୍ୟ ମିଳିବ।
ବିଛା : ନିରୀହ ସ୍ବଭାବର ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁସେବାରେ ନିୟୋଜିତ ହୋଇପାରନ୍ତି। ବହୁମିତ୍ରଙ୍କ ସହାୟତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭବାନ୍ ହେବେ।
ଧନୁ : ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁ ବୃଦ୍ଧିର ସୂଚନା ମିଳୁଛି। ସ୍ଥିର ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ରସାୟନ ଦ୍ରବ୍ୟରୁ ଓ ଧର୍ମକ୍ରିୟା ଅର୍ଥଦାୟକ ହୋଇପାରେ।
ମକର : ଉତ୍ତମ ସ୍ବଭାବର ହେବେ। କଳାଧନ ସଂଗ୍ରହ କରିବାରେ ସଫଳ ହେବେ। ପରବିତ୍ତ ଉପରେ କ୍ରୂର ଦୃଷ୍ଟି ରହିବ। ଖଳ ଲୋକଙ୍କ ସହିତ ବିବାଦରେ ଛନ୍ଦି ହେବେ। ଗୁରୁ ବନ୍ଧୁ, ବାନ୍ଧବଙ୍କ ପାଇଁ କପଟୀ ଓ ନାସ୍ତିକ ହେବେ।
କୁମ୍ଭ : ଦେବତା, ବ୍ରାହ୍ମଣ, ତପସ୍ବୀ, ସାଧୁ ସେବା ଏବଂ ଶାସ୍ତ୍ରାଦି ପଠନରେ ଧନ ବ୍ୟୟ କରିପାରନ୍ତି। ହର୍ଷଯୁକ୍ତ ହୋଇପାରନ୍ତି। ଶୁଦ୍ଧପୂତ ଭାଷା ପ୍ରୟୋଗ କରି ପାଠକଙ୍କ ମନ କିଣିପାରନ୍ତି। ଧନଶାଳୀ ହେବେ।
ମୀନ : ନାନା ସୁଖର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ଦାନାନୁରକ୍ତ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମିତ୍ର ଓ ସରକାରୀ ସ୍ତରରୁ ଧନ ଲାଭ ହେବ।






More Stories
ବାଧାବିଘ୍ନ ଦୂର ହୋଇଯିବ…..
କୀର୍ତ୍ତିମାନ୍ ହୋଇପାରନ୍ତି…..
ଆତ୍ମବିଶ୍ୱାସ ବଢ଼ିବ…..