Report Card Odisha

| Daily Odia News

ଲୋକପ୍ରିୟତା ଅର୍ଜନ କରିପାରନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଈପ୍‌ସିତ ଧନ ଓ ସମ୍ମାନ ସରକାରୀ ସ୍ତରରୁ ମିଳିପାରେ। କର୍ମଚଞ୍ଚଳ ରହିବେ। ଆୟୁଷ୍ମାନ ଓ ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପତ୍ନୀ ସୁଶ୍ରୀ, ସୁଶୀଳା ଓ ସୁଗୃହିଣୀ ହେବେ।

ବୃଷ : ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପରିବାରର ଶ୍ରଦ୍ଧାଭାଜନ ହେବେ।

ମିଥୁନ : କର୍ମନିଷ୍ଠ ବ୍ୟକ୍ତିଭାବେ ନିଜର ଭାଗ୍ୟନିୟନ୍ତା ନିଜେ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଳାସବ୍ୟସନରେ ମାତି ଓ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ : ଧୈର୍ଯ୍ୟର ସହ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ଅସୁସ୍ଥ ଥିବା ପତ୍ନୀଙ୍କ ପାଇଁ ଯତ୍ନଶୀଳ ହେବେ। ସ୍ବାଭିମାନୀ ହୋଇପାରନ୍ତି।

ସିଂହ : ଦୟାଳୁ ଓ ସମ୍ୟକ୍‌ ତତ୍ତ୍ବଦର୍ଶୀ ହୋଇପାରନ୍ତି। ସମାଜସେବାରେ ନିଜକୁ ଉତ୍ସର୍ଗ କରି ଆତ୍ମସନ୍ତୋଷ ଲାଭ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

କନ୍ୟା : ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। କ୍ରୋଧିତ ଓ ଶତ୍ରୁ ଦମନକାରୀ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ନେହଭାଜନ ହେବେ।

 

ତୁଳା : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।

ବିଛା : ଉଦାରଚେତା ହୋଇପାରନ୍ତି। ଦାନଧର୍ମକୁ କର୍ତ୍ତବ୍ୟବୋଧଭାବେ ଗ୍ରହଣ କରିବେ। କୃଷିକର୍ମ ପାଇଁ ପ୍ରସିଦ୍ଧି ଲାଭ କରିବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶାସ୍ତ୍ର ଅଧ୍ୟୟନ କରି ଜ୍ଞାନ ଅର୍ଜନ କରିବେ।

ଧନୁ : ମନ ପ୍ରସନ୍ନ ରହିବ। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। କଥାବାର୍ତ୍ତାରେ ଶାଳୀନତା ଦେଖାଯିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ତେଜସ୍ବୀ ହେବେ।

ମକର : ଭାଗ୍ୟ, ଭବିଷ୍ୟ ଗଣନାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ମଧୁରଭାଷୀ, ସହନଶୀଳ ହେବେ।

କୁମ୍ଭ : ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନସମ୍ପଦ ଭରପୂର ରହିବ। ନିଜ ପ୍ରତି କଠୋର ଓ ଅନ୍ୟମାନଙ୍କ ପ୍ରତି କୋମଳ ମନୋଭାବର ହେବେ। ସତ୍‌ପରାୟଣ ହୋଇପାରନ୍ତି।

ମୀନ : ଚଞ୍ଚଳ ଚେଷ୍ଟିତ ହେବେ। ଏକାନ୍ତ ସାଧନା ଫଳବତୀ ହେବ। କଥାବାର୍ତ୍ତା ପ୍ରେମପୂର୍ଣ୍ଣ ହେବ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତବିଦ୍ୟାରେ ରୁଚି ରହିବ। ଅନ୍ୟ ପ୍ରତି କୋମଳ ମନୋଭାବ ରହିବ।

Breaking News