ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଆୟୁଷ୍ମାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ : କର୍ମଚଞ୍ଚଳ ରହିବେ। ଏକାନ୍ତରେ ମୌନାବତାର ରୂପକ ଯଜ୍ଞ, ମନ୍ତ୍ର ହୀନ, ଦକ୍ଷିଣାବିହୀନ, ଅଶ୍ରଦ୍ଧା, ଶାସ୍ତ୍ରବିଧିରହିତ, ଅନୁଦାନ ଶୂନ୍ୟ ହୋଇଥିବାରୁ ତାହା ତାମସ ଯଜ୍ଞ କୁହାଯିବ। ବ୍ୟୟବୃଦ୍ଧି ଅନିୟନ୍ତ୍ରିତ ହେବ।
ମିଥୁନ : ଆୟୁଷ୍ମାନ୍ ହେବେ। କରିତ୍କର୍ମା ହୋଇପାରନ୍ତି। ସୁସ୍ଥ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ। ଅହଂଭାବକୁ ତ୍ୟାଗ କରିବେ।
କର୍କଟ : କର୍ମକ୍ଷେତ୍ରରେ ଜ୍ଞାନର ପ୍ରଦୀପ ଜଳାଇ ଭବିଷ୍ୟତ ଉନ୍ନୟନ ମାର୍ଗକୁ ଆଲୋକିତ କରିପାରନ୍ତି। ଦୁଃଖୀ, ରଙ୍କୀଙ୍କୁ ଦାନ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ପାରିବାରିକ ସ୍ନେହରେ ବାନ୍ଧି ହେବେ।
ସିଂହ : ଭୋଗୀ ଓ ବିଳାସୀ ହେବାର ସୂଚନା ମିଳୁଛି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ସ୍ବକର୍ମ ଆପଣଙ୍କ ଭାଗ୍ୟନିୟନ୍ତା ହେବ। ଧର୍ମାତ୍ମା, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ।
କନ୍ୟା : ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପତ୍ନୀ ସୁଶୀଳା ହେବେ।
ତୁଳା : ସାରସ୍ବତ ଚେତା ହୋଇପାରନ୍ତି। ପବିତ୍ର ଭାବନା ନେଇ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ସତ୍ ଉପଦେଶ ଗ୍ରହଣୀୟ ହେବ।
ବିଛା : କାୟମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ବ୍ୟୟ ବୃଦ୍ଧି ନିୟନ୍ତ୍ରିତ ହୋଇପାେର। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଶ୍ବାସୀ ହେବେ।
ଧନୁ : ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। କର୍ମଚଞ୍ଚଳ ହୋଇପାରନ୍ତି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।
ମକର : ଉଦାର ଚରିତସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମନର ଲଗାମ ଦେଇ ସମର୍ପିତ ଜୀବନଯାପନ କରିବେ। କୃଷି କର୍ମକାରୀ ହେବେ। ସୁସ୍ଥ ରହିବେ।
କୁମ୍ଭ : ମନ ପ୍ରସନ୍ନ ରହିବ। ଜ୍ଞାନାଲୋକରେେ କର୍ମଭୂମିକୁ ଉଳମୟ କରିପାରନ୍ତି। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ସ୍ନେହ ମିଳିବ।
ମୀନ : ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ଆପଣଙ୍କୁ ଜ୍ଞାନଗରିମାଯୁକ୍ତ କରିପାରେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଜ୍ଞାନୀ ହେବେ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..