Report Card Odisha

| Daily Odia News

ଲୋକପ୍ରିୟତା ଅର୍ଜନ କରିପାରନ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତରେ ସାଧନା ଫଳବତୀ ହେବ। ରାଜଯୋଗ ଅଛି। ଜଣେ ଧର୍ମଧ୍ବଜାଧାରୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ବୃଷ: ସୁସ୍ଥ ଓ ନିରାମୟ ରହିବେ। ଆୟୁଷ୍ମାନ ଓ ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଭିନ୍ନ ଭିନ୍ନ ସୂତ୍ରରୁ ଧନାଗମ ହେବ। ପତ୍ନୀ ଗୃହକାର୍ଯ୍ୟରେ ଦକ୍ଷ ହେବେ।
ମିଥୁନ: କୁଳ ପ୍ରଦୀପ ଭଳି ନିଜେ ଜଳି ଅନ୍ୟମାନଙ୍କୁ ଆଲୋକ ଦାନ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଯଶସ୍ବୀ ହେବେ।

କର୍କଟ: ଭାଗ୍ୟ ବଳରେ ବଳୀୟାନ ହେବେ। ଭୋଗୀ ଓ ବିଳାସୀ ହେବେ। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ଆଶୁ ବିପଦକୁ ଡରିଲେ ସେ ଡରାଇବ, ମାତ୍ର ତା’ର ମୁକାବିଲା କଲେ ତା’ର ଅବସାନ ଘଟିବ। ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ସାରାଦିନ ସତର୍କରେ ଚଳିବେ।

କନ୍ୟା: କାୟ ମନୋବାକ୍ୟରେ ଧର୍ମାଚରଣ କରିପାରନ୍ତି। ଜଣେ ସମାଜସେବୀ ଭାବେ ନିଜ ଜୀବନର ଅବଶିଷ୍ଟ ସମୟ ପରୋପକାର କରି ଧନ୍ୟବାଦାର୍ହ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି।

ତୁଳା: ଆର୍ଥିକ ଦୁଃସ୍ଥିତ ଯୋଗୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। କ୍ରୋଧିତ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟାଦି ଭିନ୍ନ ଭିନ୍ନ ସୂତ୍ରରୁ ଧନାଗମ ହେବ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିବ।
ଧନୁ: କୃଷିର ଉନ୍ନତି ପାଇଁ ହୋଇ ଆସୁଥିବା ଉଦ୍ୟମ ଅବ୍ୟାହତ ରହିବ। ଉଦାର ଚେତନାସମ୍ପନ୍ନ ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। କ୍ଷେତକୁ ଜଳଯୋଗାଣ ପାଇଁ ଉଦ୍ୟମ ବଳବତ୍ତର ରହିବ।

ମକର: ଈଶ୍ବରୀୟ ଚେତନା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ମନ ପ୍ରସନ୍ନ ରହିବ। ଭାଷା ପରମ କଲ୍ୟାଣୀୟ ହେବ। ବ୍ୟବହାରରେ ମଧୁରତା ପରକୁ ଆପଣାର କରିପାରେ। ପ୍ରେମୀ ଓ ସାହସୀ ହେବେ।

କୁମ୍ଭ: ନିଜର ଭାଗ୍ୟନିୟନ୍ତା ନିଜେ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଊଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ।

ମୀନ: ଭଲ ଆୟ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଅଦାଲତୀ କାରବାରରେ ମୁଖ୍ୟ ଭୂମିକା ଗ୍ରହଣ କରି ବିଚାରଧାରାକୁ ନିଜ ସପକ୍ଷରେ ଆଣିବାରେ ସଫଳ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଭୋଜନ ହେବ।

 

Breaking News