ରିପୋର୍ଟ କାର୍ଡ / ଭୁବନେଶ୍ଵର
ମେଷ: ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ସାଧନା ଫଳବତୀ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବୃଷ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଧନ ଓ ସମ୍ମାନ ମିଳିବ।
ମିଥୁନ: ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଧର୍ମରେ ଦୀକ୍ଷିତ ହେବେ। ଯଶସ୍ବୀ ହେବେ। ପାରିବାରିକ ସ୍ନେହରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି।
କର୍କଟ: କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହୋଇପାରନ୍ତି।
ସିଂହ: କର୍ମଠ ବ୍ୟକ୍ତି ଭାବେ ଆପଣଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ। ସ୍ବାଭିମାନୀ ହେବେ। ଥଣ୍ଡାଜନିତ କ୍ଳେଶ ଅନୁଭବ କରିପାରନ୍ତି। ଉପୁଜିଥିବା ସମସ୍ୟାର ମୁକାବିଲା କରିବେ। ସତର୍କ ରହିବେ।
କନ୍ୟା: ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ସମର୍ପି ଦେଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ।
ତୁଳା: ଭ୍ରାତୃଭାବ ଅତୁଟ ରଖିବେ। ମିତବ୍ୟୟୀ ହେବେ। ନିଜ ଭିତରେ ଥିବା ସୂର୍ଯ୍ୟାଲୋକକୁ ପ୍ରକାଶ କରି ଶତ୍ରୁକୁ ପଦନତ କରିପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହୋଇପାରନ୍ତି।
ବିଛା: ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ। କର୍ମଚଞ୍ଚଳ ରହିବେ। କନ୍ୟାସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭ ହେବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ।
ଧନୁ: ଈଶ୍ବରଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। କାମ, କ୍ରୋଧ, ଲୋଭ ଓ ମୋହକୁ ପରାସ୍ତ କରିପାରନ୍ତି। କୃଷି ବିଶାରଦ ଭାବେ କୃଷକମାନଙ୍କୁ ଦିଗ୍ଦର୍ଶନ ଦେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ।
ମକର: ଆତ୍ମବିଶ୍ବାସୀ ହେବେ। ସାଧନାରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
କୁମ୍ଭ: ସତ୍ୟପ୍ରତିଜ୍ଞ ହେବେ। ସଦାଚାରୀ ହୋଇପାରନ୍ତି। ବିଲୁପ୍ତ ହେଉଥିବା ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ଭାଷାକୋଷ ହୋଇପାରନ୍ତି। ଦାନଧର୍ମୀ, ବିଦ୍ୟାପ୍ରେମୀ ଓ କରିତ୍କର୍ମା ହେବେ। ସ୍ନେହୀ ଓ ପ୍ରେମୀ ହେବେ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ସୁଧାର ହେବ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଲୋକପ୍ରିୟ ଓ ସାମାଜିକ ଗୌରବର ଅଧିକାରୀ ହେବେ। ସୁଖୀ ହେବେ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..