Report Card Odisha

| Daily Odia News

ପ୍ରିୟଭାଷୀ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବନ୍ଧୁଙ୍କ ପ୍ରତି କଠୋର ଭାଷା ପ୍ରୟୋଗ କରିଲା ପରେ ଅନୁତପ୍ତ ହେବେ। ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ଉଚ୍ଚାସନ ମିଳିପାରେ। ଦଳ ମଧ୍ୟରେ ଭେଦ ନୀତିର କାରଣ ହେବେ।

ବୃଷ: ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଶତ୍ରୁ ଉପରେ ବିଜୟ ହାସଲ କରି ଗର୍ବିତ ହେବେ। ଧନ ବୃଦ୍ଧି ଲାଭର ଅପୂର୍ବ ସୁଯୋଗ ରହିଛି। ମହନୀୟ ରାଜପଦ ପ୍ରାପ୍ତ ହୋଇପାରନ୍ତି।

ମିଥୁନ: ଭାଗ୍ୟଶାଳୀ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ବିବେକାନୁମୋଦିତ କାର୍ଯ୍ୟ କରିବେ। ସନ୍ମାର୍ଗୀ ହେବେ। ସାମାଜିକ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସମସ୍ତ କଳୁଷ ଦୂର ହେବ।

କର୍କଟ: ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଉପକାରୀଙ୍କଠାରେ କୃତଜ୍ଞ ହୋଇପାରନ୍ତି। ଶାନ୍ତି ପ୍ରତି ଅନୁରକ୍ତି ରହିବ। ବୁଦ୍ଧିମାନ୍‌ଭାବେ କାର୍ଯ୍ୟ କ୍ଷେତ୍ରରେ ପରିଚୟ ସୃଷ୍ଟି କରିବେ।

ସିଂହ: ଧନହାନୀ ଘଟିବାର ସୂଚନା ମିଳୁଛି। ଛଳନା କରି ହୃଦୟ ଭିତରକୁ ପଶି ଆସିବାକୁ କୃତ୍ରିମମାନଙ୍କୁ ବହିଷ୍କାର କରି ନ ପାରିଲେ ଅର୍ଜନ କରିଥିବା ସମସ୍ତ ପୁଣ୍ୟ ଧୋଇଯାଇପାରେ। ଆଜି ସତର୍କତାର ଦିନ।

କନ୍ୟା: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶାସ୍ତ୍ର ଅଧ୍ୟୟନରେ ସମୟ ବିତାଇ ପାରନ୍ତି। ବହୁ ରାଜତୁଲ୍ୟ, ପୂଜ୍ୟପୂଜାର ପଥିକ ହେବେ।

ତୁଳା: ନୀତିନିଷ୍ଠ ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶତ୍ରୁ ବିନାଶ କରି ଆଶ୍ବସ୍ତ ହେବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ବଳବାନ୍‌ ହେବେ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

ବିଛା: ନିସର୍ଗ ସୁଖ ଭୋଗ କରିପାରନ୍ତି। ସାମାଜିକ ସ୍ତରରେ ପ୍ରଭୁତ୍ବ ବିସ୍ତାର କରିବେ। ଶାସ୍ତ୍ର ବିଚକ୍ଷଣ ହେବେ। କଳ, ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ବିଚକ୍ଷଣ ହେବେ।

ଧନୁ: କୃପା ନିଧାନଙ୍କ କୃପାପାତ୍ର ହୋଇ ପାରନ୍ତି। ଦେବ ଓ ଗୁରୁଜନଙ୍କୁ ଭକ୍ତିଭାବରେ ବଶ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ନିଜକୁ କଳହମୁକ୍ତ ରଖିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

ମକର: ବିଳାସ-ବ୍ୟସନ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ମାତ୍ର ବିଳାସ ବ୍ୟସନରେ ଦିନଟି ଉପଭୋଗ କରିପାରନ୍ତି। ତର୍କରେ ପାରଙ୍ଗମ ହେବେ।

କୁମ୍ଭ: ତେଜୀୟାନ ହେବେ। ଜନବଲ୍ଲଭଭାବେ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଧର୍ମଧ୍ବଜାଧାରୀ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ପ୍ରସନ୍ନତା ଭାବ ଦେଖା ଦେବ। କ୍ଷମତାଧାରୀ ହେବେ।

ମୀନ: ଶାରୀରିକ ଗଠନ ପ୍ରାଣସ୍ପର୍ଶୀ ହେବ। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବାରେ ପାରଙ୍ଗମ ହେବେ। ସର୍ବ ଶୁଭ ଆଶା କରାଯାଏ। ସତ୍‌କର୍ମରେ ନିୟୋଜିତ ହେବେ। ଆୟ ଊଣା ହେବନି। ସୁସ୍ଥ ଓ ନିରାମୟ ରହିବେ।

Breaking News