Report Card Odisha

| Daily Odia News

ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ମିଳିବ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ମେଷ : ଈପ୍‌ସିତ ଇଚ୍ଛାପୂରଣ ପୂର୍ବକ ନିଶ୍ଚିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତ୍ର କର୍ମ ସହ ବିଷମ ଭାବାପନ୍ନ ହେବେ।

ବୃଷ : ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେତୁ ବେଶ ପରିପାଟୀ ଦେବଦୁର୍ଲ୍ଲଭ ହେବ। ଅତ୍ୟଧିକ ସୁସ୍ବାଦୁ ଆହାର ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ମିଳିବ।
ମିଥୁନ : ବ୍ରହ୍ମବାଦୀ ହୋଇପାରନ୍ତି। ତପସାଧନା ପାଇଁ ଏକାନ୍ତରେ ମୌନାବତାରରେ ନିଜକୁ ଉତ୍ସର୍ଗ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟ ଆଶା ରହିଛି। ଆୟୁଷ୍ମାନ୍‌ ହେବେ। ସଜ୍ଜନ ବ୍ୟକ୍ତିଙ୍କ ସହ ମିତ୍ରତା ସ୍ଥାପନ କରିବେ।
କର୍କଟ : ଅଜ୍ଞାନ ଅନ୍ଧକାରର ବିନାଶ ପାଇଁ ଜ୍ଞାନାଲୋକ ପ୍ରୟୋଗ କରିପାରନ୍ତି। ମନ ପ୍ରସନ୍ନ ରହିବ। ପାରିବାରିକ ସ୍ନେହଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ମର୍ଯ୍ୟାଦା ପ୍ରଦାନ କରିବେ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ।
ସିଂହ : ଭାଗ୍ୟ ହାତକୁ ଜୀବନ ଡୋରି ନ ଛାଡ଼ି, କର୍ମକ୍ଷେତ୍ରରେ ପୌରୁଷର ପରିଚୟ ସୃଷ୍ଟି କରନ୍ତୁ। ଆଜି ଦିନଟି ଆପଣଙ୍କ ପାଇଁ ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ପତ୍ନୀଙ୍କ ମନ ଖୁସି ରଖିବାରେ ସିଦ୍ଧହସ୍ତ ହେବେ।

କନ୍ୟା : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ। କ୍ଷମତାଧାରୀ ହେଲେ ବି ନିଜକୁ ସେବକ ଭାବେ ମନେକରିପାରନ୍ତି। ପତ୍ନୀ ସୁଖଦାୟିକା ହେବେ।

ତୁଳା : ସାହସ ସଞ୍ଚୟ କରି ଆସନ୍ନ ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି କର୍ମକ୍ଷେତ୍ରରେ କଷ୍ଟ ସହି ସେବାରେ ନିୟୋଜିତ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସୁସ୍ଥ ରହିବେ।

ବିଛା : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ମହତ୍ତ୍ବ ଉପଲବ୍ଧି କରିପାରନ୍ତି। ମହନୀୟ ରାଜପଦ ପ୍ରାପ୍ତିର ସୂଚନା ମିଳୁଛି। ବାଣିଜ୍ୟ କାରବାରରେ ଅଧିକ ଶ୍ରମର ସମ୍ମୁଖୀନ ହୋଇପାରନ୍ତି।

ଧନୁ : କୃପା ନିଧାନଙ୍କ କୃପାପାତ୍ର ହେବେ। ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁଙ୍କ ଚଲାପଥରୁ ଅପସାରିତ କରିପାରନ୍ତି। ଅନନ୍ୟ ବିରଳ ପ୍ରତିଭାସମ୍ପନ୍ନ ହେବେ। ପତ୍ନୀଙ୍କ ସହାୟତା ଉପଲବ୍ଧି ହେବ।

ମକର : ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଦେବକନ୍ୟା ସଦୃଶ ଭାଗ୍ୟବତୀ କନ୍ୟା ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ବ୍ୟବସାୟ ଲାଭଦାୟକ ହେବ।
କୁମ୍ଭ : ଉଦାର ଚରିତ୍ରସମ୍ପନ୍ନ ହେବେ। ରଚନା ସଂସ୍କୃତିସମ୍ପନ୍ନ ହେବ। ଭାବରସ, ପ୍ରେମରସ ଓ ଭକ୍ତି ରସାମୃତ ହେବ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଅତୁଲ୍ୟ ସମ୍ପଦ ମିଳିବ।
ମୀନ : ଈଶ୍ବରୀୟ ଚେତନାରେ ସାମାଜିକ ଏକତାର ସ୍ଥିତି ଦୃଢ଼ତର କରିବାରେ ସକ୍ଷମ ହେବେ। ସର୍ବପୂଜ୍ୟ ଓ ସର୍ବ ମନପ୍ରିୟ ହୋଇପାରନ୍ତି। ଦାନଶୀଳ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। କୃତିତ୍ବ ଅର୍ଜନ କରିବେ।

Breaking News