ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ସର୍ବସୁଖ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ନିଃସନ୍ଦେହରେ ଧନଲାଭ ହେବ। ଏକାନ୍ତରେ ମୌନ ରହି ତପସାଧନାରେ ନିମଗ୍ନ ହୋଇପାରନ୍ତି। ଧର୍ମଦଣ୍ଡଧାରୀ ହେବେ। ବ୍ୟୟାଧିକ ହୋଇପାରେ।
ବୃଷ: ସରକାରୀ ସ୍ତରରେ ସମ୍ମାନିତ ହେବେ। କୀର୍ତ୍ତିମାନ୍ ହେବେ। ଗୁଣଜ୍ଞ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଯାନବାହନ ସୁଖ ମିଳିପାରେ। ବହୁ ବିଦ୍ୟାରେ ଜ୍ଞାନୀ, ଯଶସ୍ବୀ ହେବେ।
ମିଥୁନ: ମନରେ ଥିବା ଅଜ୍ଞାନ ଅନ୍ଧକାରରୂପୀ ଆବିଳତାକୁ ଜ୍ଞାନାଲୋକ ଦ୍ବାରା ଆଲୋକିତ କରିପାରନ୍ତି। ଚିତ୍ତପସନ୍ନତାରେ ଭରିଯିବ। ଦୟାର ସାଗର ହୋଇପାରନ୍ତି। ଆୟୁଷ୍ମାନ ହେବେ। ବ୍ୟବସାୟ ଲାଭପ୍ରଦ ହେବ।
କର୍କଟ: ନିରୋଗ ଶରୀରର ସୁଦୃଶ୍ୟ ଅବୟବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହେବେ। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। ସମର୍ପିତ ଜୀବନଯାପନ କରିବେ।
ସିଂହ: ଏପରି କାର୍ଯ୍ୟ ଆପଣଙ୍କଦ୍ବାରା ସାଧିତ ହେବ ଯେଉଁଥିରେ କି ବିରୋଧୀ ଆଣିଥିବା ଆରୋପର ବିଲୀନ ଘଟିବ। ଅବଶ୍ୟ ଆଜି ଆପଣଙ୍କ ପାଇଁ ସତର୍କତାର ଦିନ। ଜଳଯାତ୍ରା ନ କରିବା ଭଲ।
କନ୍ୟା: ସତ୍ପରାୟଣ ହେବେ। ସମ୍ବେଦନା ସହିତ ଯୋଡ଼ି ହେଲେ ସେଠାରେ ସାର୍ଥକତା ରହିବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେବେ।
ତୁଳା: ବଦ୍ଖର୍ଚ୍ଚରୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଭ୍ରାତୃଭାବରେ ସ୍ନେହ, ଶ୍ରଦ୍ଧା ଅଧିକ ତର ହେବ। ଚାକିରିରେ ପ୍ରଶଂସା ମିଳିବ। ସେବା ପରାୟଣ ହେବେ।
ବିଛା: ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଲଟେରି ଉଠାଣରୁ ଲାଭବାନ୍ ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଧନାଗମର ମାତ୍ରା ବଢ଼ିବ। କର୍ମଫଳ ବିଧାନ ଅକାଟ୍ୟ ରହିବ।
ଧନୁ: ଈପ୍ସିତ ପଦାର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାନଧର୍ମକୁ ଆଦରି ନେବେ। ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ଯାନବାହନ ସୁଖ ମିଳିବ। ଦୂରଯାତ୍ରା ଯୋଗ ଅଛି।
ମକର: ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହୋଇପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଆଶାକୁ ଜୀବନର ଆଧାର କରିପାରନ୍ତି। ଅସାଧ୍ୟସାଧନ କରିପାରିବେ।
କୁମ୍ଭ: ରଚନା ଓ ଶବ୍ଦ ସଂଯୋଜନା ପ୍ରାଣସ୍ପର୍ଶୀ ହୋଇପାରେ। କର୍ମଯୋଗୀ ହେବେ। ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହୋଇପାରନ୍ତି। ସକାରାତ୍ମକ ବିଚାର ପୋଷଣ କରି ଧନବାଦାର୍ହ ହେବେ।
ମୀନ: କର୍ତ୍ତବ୍ୟ ନିର୍ବାହରେ ପାରଙ୍ଗମ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ମନରେ ଥିବା ଅଫୁରନ୍ତ ଆନନ୍ଦରେ ଅଧୀର ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି।
More Stories
ବନ୍ଧୁ ସହାୟତା ମିଳିବ……
ଆଜି ମହାପ୍ରଭୁଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ……
ଶୁଭ ଫଳ ପାଇବେ……