Report Card Odisha

| Daily Odia News

ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ମେଷ: ସକଳ ଗୁଣର ଆଧାର ହେବେ। ସୁଖ ଭୋଗ କରିବେ। କାବ୍ୟ-ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ବୃଷ: ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ଅତିସୁଖୀ ହେବେ। କୀର୍ତ୍ତିଶାଳୀ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସହିଷ୍ଣୁ ହେବେ।

ମିଥୁନ: ରୋଜଗାର ଊଣା ହେବ ନାହିଁ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: କର୍ମଚଞ୍ଚଳ ରହିଲେ ବି କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ନାନା ଦୁଶ୍ଚିନ୍ତାରେ ଗତି କରିବେ। ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।

ସିଂହ: ଜ୍ଞାନପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ସହ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ଅସାଧ୍ୟସାଧନ କରିପାରନ୍ତି।

କନ୍ୟା: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। କର୍ମକ୍ଷେତ୍ର ଶାନ୍ତିପୂର୍ଣ୍ଣ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରିଶ୍ରମର ଫଳ ମିଳିବ।

ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ, ତା’ର ସଦ୍‌ ବ୍ୟବହାର କରି ଜନସମର୍ଥନ ଲାଭ କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ବିଛା: ଆର୍ଥିକ ସ୍ଥିତିରେ ଟାଣ-ଟୁଣ ଅବସ୍ଥା ଲାଗି ରହିବ। ସାହସ ସଞ୍ଚୟ କରି ବିପଦର ସାମନା କରିପାରନ୍ତି। ଶୂନ୍ୟତା ଭିତରେ ଅନୁସନ୍ଧାନ କଲେ ପୂର୍ଣ୍ଣତା ମିଳିପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ଧନୁ: ବନ୍ଧୁ ମିଳନରେ ଉପକୃତ ହେବେ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଜନସମର୍ଥନ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ।

ମକର: ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରାଭ୍ୟାସୀ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବେ।

କୁମ୍ଭ: ମନ ପ୍ରସନ୍ନ ରହିବ। ଜ୍ଞାନପିପାସୁ ହେବେ। ରତ୍ନ କାରବାର ଲାଭପ୍ରଦ ହେବ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ହୋଇପାରନ୍ତି। ସଦାଚାରୀ ହେବେ। ଧର୍ମକାର୍ଯ୍ୟରେ ରୁଚି ରହିବ। ସଞ୍ଚୟାଭିମୁଖୀ ହେବେ।

ମୀନ: ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ସଦାସର୍ବଦା ନିୟମ ଓ ସମୟାନୁବର୍ତ୍ତିତା ହେବେ।

 

 

Breaking News