Report Card Odisha

| Daily Odia News

ଲୋକପ୍ରିୟତା ଅର୍ଜନ କରିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଜନମଙ୍ଗଳ କାର୍ଯ୍ୟକରି ଜନପ୍ରିୟତା ଅର୍ଜନ କରିପାରନ୍ତି। ସଦାସର୍ବଦା ସତ୍ୟକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ଉପକାରୀଙ୍କଠାରେ କୃତଜ୍ଞତା ଜଣାଇ ନିଜର ମହାନତାର ନିଦର୍ଶନ ହେବେ।
ବୃଷ : ସତ୍‌କର୍ମରେ ଜଡ଼ିତ ହୋଇପାରନ୍ତି। ପତ୍ନୀଙ୍କ ଅଭୀଷ୍ଟ ସିଦ୍ଧି କରିବାରେ ପାରଙ୍ଗମ ହେବେ। ପ୍ରତ୍ୟେକ କାର୍ଯ୍ୟରେ ମିତ୍ରମାନଙ୍କ ସହାୟତା ମିଳିବ। ସତ୍ୟ ଉପରେ ପର୍ଯ୍ୟବସିତ କୁଳଧର୍ମ ରକ୍ଷାକାରୀ ହେବେ।
ମିଥୁନ : ପୁଣ୍ୟବାନ୍‌ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଉତ୍ତମ ବକ୍ତାଭାବେ ଢେର ସୁନାମର ଅଧିକାରୀ ହୋଇପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ଜନବଲ୍ଲଭଭାବେ ପରିବାରର ହର୍ତ୍ତାକର୍ତ୍ତା ହେବେ।
କର୍କଟ : ବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ ହୋଇପାରନ୍ତି। ମତିମାନ୍‌ ହେବେ। ଚଞ୍ଚଳମନା ହେବେ। ହୃଷ୍ଟଚିତ୍ତ ଓ ଲଜ୍ଜାଶୀଳା ହେବେ। ପୁତ୍ର ସୁଖ ମିଳିବ। ରାଜପ୍ରାସାଦସ୍ବରୂପ ସୁଖଚର୍ଯ୍ୟ ଭୋଗ କରିପାରନ୍ତି।
ସିଂହ : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସଞ୍ଚୟ ଧନରୁ ଅର୍ଥ ବାହାର କରି ଗୃହର ଉନ୍ନୟନ କାର୍ଯ୍ୟ କରିପାରନ୍ତି। ରାଜତୁଲ୍ୟ ଧନଶାଳୀ ଓ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ। ଅନୁଦାନ ଅର୍ଥ ପ୍ରାପ୍ତ ହେବ।
କନ୍ୟା : ସଙ୍ଗୀତ ନିପୁଣ ହୋଇପାରନ୍ତି। କର୍ମପଟୁ ଓ ଯଥାର୍ଥବାଦୀ ହେବେ। କାବ୍ୟ ବ୍ୟକ୍ତା, ଭୋକ୍ତା ହେବେ। ଦାନ କରିପାରନ୍ତି। ଧୀରସ୍ଥିର, ସତ୍‌ ଚରିତ୍ରସମ୍ପନ୍ନ ହେବେ। ଧନବାନ୍‌, ଗୁଣବାନ୍‌ ହେବେ।
ତୁଳା : କର୍ମଚଞ୍ଚଳ ରହିବେ। ସାଧନାରେ ଭକ୍ତି ପ୍ରାପ୍ତ ପାଇଁ ଏକାନ୍ତବାସକୁ ଆଦରି ନେଇପାରନ୍ତି। ରାଜଯୋଗ ଥିବାରୁ ବହୁ ଅନୁଗତ ପରିବାର ଓ ଅଞ୍ଚଳବାସୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରନ୍ତି।
ବିଛା : ସୁସ୍ଥ ଓ ନିରାମୟ ରହିବେ। ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ : ସରକାରୀ ଧନ ମିଳିପାରେ। ଗୃହ ପରିବେଶରେ ସ୍ବଚ୍ଛତା ଭରି ରହିଛି। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଧନ ଓ ପରମ ଗୁଣର ଅଧିକାରୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ।
ମକର : ଦେବ, ଗୁରୁ ଓ ଦ୍ବିଜଭକ୍ତ ହେବେ । ଧନବାନ୍‌ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି । ନିଜର କୁଳ, ବଂଶ ଓ ଆତ୍ମୀୟମାନଙ୍କର ହିତକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅମାୟିକ ହେବେ।
କୁମ୍ଭ : ରାଜ ତୁଲ୍ୟ ହୋଇପାରନ୍ତି। ଦେଶାଦିରେ ଆଧିପତ୍ୟ ଲାଭ କରିପାରନ୍ତି। ସଦାସର୍ବଦା ହର୍ଷଯୁକ୍ତ ବିଶୁଦ୍ଧଭାଷୀ, ବହୁ ଧନଶାଳୀ, ବହୁ ମୁକ୍ତାର ଅଧିକାରୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ମୀନ : କଳ, କଶୌଳ ପ୍ରୟୋଗ କରି ବିନା ଅସ୍ତ୍ରରେ ଶତ୍ରୁକୁ ପରାଜିତ କରିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ସୁବର୍ଣ୍ଣାଦି ଧାତୁ ଦ୍ରବ୍ୟରେ ମଣ୍ଡିତ ହୋଇପାରନ୍ତି। ଅବିବାହିତ ଝିଅଙ୍କ ବିବାହ ସ୍ଥିର ହେବ।

Breaking News