ରିପୋର୍ଟ କାର୍ଡ / ପୁରୀ
ମହିଳା ପର୍ଯ୍ୟଟକ ହୋଟେଲ୍ ବାଥ୍ରୁମ୍ରେ ଗାଧୋଉଥିବା ବେଳେ ତାଙ୍କର ଭିଡିଓ ଉଠାଇ ହୋଟେଲ୍ କର୍ମଚାରୀ ଗିରଫ ହୋଇଛନ୍ତି। ଏଭଳି ଘଟଣା ସାମ୍ନାକୁ ସିଛି ପୁରୀର ହରିହର ଛକ ନିକଟସ୍ଥ ଡି କେ ହୋଟେଲ୍ ରୁ | ରବିବାର ଏହି ଘଟଣା ଘଟିଥିବା ବେଳେ ପୋଲିସ ସୋମବାର ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ବିପ୍ଳବ ମିତ୍ର। ପୋଲିସକୁ ଦେଇଥିବା ଏଫ୍ଆଇଆର୍ରେ ମହିଳା ଜଣଙ୍କ ଲେଖିଛନ୍ତି ଯେ ସେ ସୁନ୍ଦରଗଡ଼ ଜିଲ୍ଲାର। ଶନିବାର ଦିନ ସେ ତାଙ୍କ ପରିବାର ଲୋକଙ୍କ ସହିତ ଆସି ହୋଟେଲ୍ରେ ରହିଥିଲେ। ରବିବାର ଅପରାହ୍ଣରେ ସେ ହୋଟେଲ୍ ବାଥ୍ରୁମ୍ରେ ଗାଧୋଉ ଥିବା ବେଳେ ଭେଣ୍ଟିଲେସନ୍ ୱିଣ୍ଡୋ ନିକଟରେ ଏକ ମୋବାଇଲ୍ ଫୋନ୍ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତତ୍କ୍ଷଣାତ୍ ବାଥ୍ରୁମ୍ରୁ ବାହାରି ଆସି ଦେଖିଥିଲେ ଯେ ଜଣେ ହୋଟେଲ୍ କର୍ମଚାରୀ ଏକ ସେଲ୍ଫି ଷ୍ଟିକ୍ ଜରିଆରେ ମୋବାଇଲ୍ ଫୋନ୍ରେ ଭିଡିଓ ଉତ୍ତୋଳନ କରୁଛନ୍ତି। ସେ ଉକ୍ତ କର୍ମଚାରୀଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲ ଓ ଭିଡିଓ ଗୁଡ଼ିକୁ ଡିଲିଟ୍ କରି ଦେଇଥିଲେ। ସେ ଘଟଣା ସଂପର୍କରେ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଅଭିଯୁକ୍ତ ବିପ୍ଳବଙ୍କ ମୋବାଇଲ୍ ଫୋନ୍ରେ ଅନ୍ୟ ମହିଳାଙ୍କ ଭିଡିଓ ଥିବା ଅଭିଯୋଗ କରିଛନ୍ତି ଏହି ମହିଳା ପର୍ଯ୍ୟଟକ। ଏଥିରେ ହୋଟେଲ୍ର ଅନ୍ୟ ବରିଷ୍ଠ କର୍ମଚାରୀଙ୍କର ମଧ୍ୟ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଡି କେ ହୋଟେଲ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..