ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଧୋଇଗଲା ପ୍ରଶ୍ନକାଳ । ଆଜି ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାନମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ଗୃହର ମଧ୍ୟ ଭାଗରେ ହୋହଲ୍ଲା ଓ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପ୍ରଥମେ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ହେଲେ ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ମଧ୍ୟ ପୁଣି ଥରେ ସମାନ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ଗୃହ କାର୍ଯ୍ୟରେ ବାରମ୍ବାର ସୃଷ୍ଟି ହେବାରୁ ବାଚସ୍ପତି ଆଜି ପାଇଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଧାନମଣ୍ଡି ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ବିଜେଡି ବିଧାୟକ ।






More Stories
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……
ଶପଥ ନେଲେ ତାରିକ ରହମାନ…..