ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ଆରମ୍ଭ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଆଜି ଅନେକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ରାଜଧାନୀ ଇମ୍ଫାଲର ନ୍ୟୁ ଚେକାନ୍ ଅଞ୍ଚଳରେ ଥିବା ଏକ ସ୍ଥାନୀୟ ବଜାରରେ ଜାଗାକୁ ନେଇ ମୈତଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଝଗଡା ହୋଇଥିଲା। ଝଗଡ଼ା ବଢ଼ିବାରୁ ଲୋକେ କିଛି ଖାଲି ଘରେ ନିଆଁ ଲଗାଇ ଦେଇଥିଲେ। ଏବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରାଯାଇଥିବା ଜଣାଯାଇଛି।ମୈତଇ ସଂରକ୍ଷଣ ବିବାଦକୁ ନେଇ ମଣିପୁରରେ କିଛି ଦିନ ତଳେ ହିଂସା ହୋଇଥିଲା। ହେଲେ ଗତ କିଛି ଦିନ ହେବ ହିଂସା ହୋଇନଥିବା ବେଳେ ସୋମବାର ପୁଣି ହିଂସା ଆରମ୍ଭ ହୋଇଛି। ଦଙ୍ଗାକାରୀମାନେ ଏଠାରେ ଅନେକ ଘରେ ନିଆଁ ଲଗାଇ ଦେଇଥିବା ସାମ୍ନାକୁ ଆସିଛି। ମେ’ ୧୫ସୁଦ୍ଧା ହିଂସାରେ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..