Report Card Odisha

| Daily Odia News

ଘରେ ବସି ଯାଞ୍ଚ କରନ୍ତୁ ଭୋଟର ତାଲିକା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଆପଣଙ୍କ ପାଖରେ ଭୋଟର କାର୍ଡ ରହିବା ଆବଶ୍ୟକ । ନହେଲେ ଆପଣ ଭୋଟ୍ ଦେଇପାରିବେ ନାହିଁ । ଆପଣ ଘରେ ବସି ଆପଣଙ୍କ ଭୋଟର ତାଲିକାରେ ନାମ ଯାଞ୍ଚ କରିପରବେ |
ଭୋଟର ତାଲିକାରେ ଆପଣଙ୍କ ନାମ କିପରି ଯାଞ୍ଚ କରିବେ ;
– ଭୋଟର ତାଲିକାରେ ନାମ ଯାଞ୍ଚ କରିବା ପାଇଁ ପ୍ରଥମେ
https://sec.up.nic.in/site/PRIVoterSearch.aspx
କୁ ଯାଆନ୍ତୁ ।
– ଏବେ ଆପଣ ନିଜ ଜିଲ୍ଲାର ନାମକୁ ଚୟନ କରନ୍ତୁ ।
– ତା’ପରେ ଏଥିରେ ନିଜ ପଞ୍ଚାୟତ ଚୟନ କର ଓ ସେଥିରେ କ୍ଲିକ୍ କର ।
– ବର୍ତ୍ତମାନ ସେଠାରେ ଭୋଟରଙ୍କ ନାମ ଏଣ୍ଟର କରନ୍ତୁ ।
– ତା’ପରେ ଆପଣ ମା / ବାପା / ସ୍ୱାମୀଙ୍କ ନାମ ଏଣ୍ଟର କରନ୍ତୁ ।
– ଆପଣଙ୍କ ଘର ନମ୍ବର ଏଣ୍ଟର କରନ୍ତୁ ।
– ଏହା ପରେ ନିମ୍ନରେ ଦିଆଯାଇଥିବା କ୍ୟାପଚା କୋଡକୁ ବକ୍ସରେ ପୂରଣ କରନ୍ତୁ ।
– ଏବେ ସର୍ଚ୍ଚର ବିକଳ୍ପକୁ ଚୟନ କରନ୍ତୁ ।
– ଏହା ପରେ ଆପଣଙ୍କ ଡିଟେଲ୍ସ ଆପଣଙ୍କ ସାମ୍ନାରେ ଖୋଲିଯିବ ।

ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ଅନ୍ୟ ଉପାୟ :
– ପ୍ରଥମେ ଆପଣ ଭୋଟର ତାଲିକା ଯାଞ୍ଚ କରିବାକୁ
https://Electoralsearch.in
ୱେବସାଇଟକୁ ଯାଆନ୍ତୁ ।
– ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ଦୁଇଟି ଉପାୟ ଅଛି ।
– ପ୍ରଥମେ ଅପାଣ ନିଜ ନାମ, ଠିକଣା ଇତ୍ୟାଦିର ସବିଶେଷ ତଥ୍ୟ ଏଣ୍ଟର କରି ନାମ ଯାଞ୍ଚ କରିପାରିବ ।
– ଏହା ବ୍ୟତୀତ, ଆପଣ ପରିଚୟ ପତ୍ରର ସବିଶେଷ ତଥ୍ୟରୁ ଭୋଟର ତାଲିକାରେ ଆପଣଙ୍କ ନାମ ଯାଞ୍ଚ ( Search By EPIC No.) କରିପାରିବେ ।

Breaking News