Report Card Odisha

| Daily Odia News

ମୋ ସେବା କେନ୍ଦ୍ରରେ ନମ୍ବର ପ୍ଲେଟ ବୁକିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଏଚଏସଆରପି ସଂଯୋଗକୁ ସରଳୀକରଣ କରିବା ପାଇଁ ଏସଟିଏ ନୂଆ ପଦକ୍ଷେପ ନେଇଛି । ‘ମୋ ସେବା କେନ୍ଦ୍ର’ର ଅନଲାଇନ୍ ପୋର୍ଟାଲ siam.in କୁ ଯାଇ ସ୍ଲଟ୍ ବୁକିଂ କରିହେବ । ଓଡ଼ିଶା କମ୍ପ୍ୟୁଟର ଆପିଲିକେସନ ସେଣ୍ଟର (ଓକାକ) ଦ୍ୱାରା ମୋ ସେବା କେନ୍ଦ୍ର ସହ ଏଚଏସଆରପିକୁ ଯୋଡ଼ା ଯାଇଛି । ରାଜ୍ୟର ୩୮ଟି ଆରଟିଓ ଏବଂ ଏଆରଟିଓ ଅଫିସରେ ଗୋଟିଏ ଲେଖାଏଁ ହେଲପ୍ ଡେସ୍କ ଖୋଲା ଯାଇଛି । ହେଲ୍ପ ଡେସ୍କ ଖୋଲିବାକୁ ଗାଡ଼ି ନିର୍ମାତା କମ୍ପାନୀଙ୍କୁ ଏସଟିଏ ପକ୍ଷରୁ କୁହାଯାଇଥିଲା । ଏବେ ନୂଆ ନିୟମ ଅନୁଯାୟୀ, ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୧, ୨, ୩ ଓ ୪ରେ ଶେଷ ହେଉଥିବ, ତାହାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧ ତାରିଖ । ଶେଷ ଅଙ୍କ ୫, ୬ ଥିବା ଗାଡ଼ିର ଶେଷ ତାରିଖ ହେଉଛି ନଭେମ୍ବର ୩୦ ତାରିଖ । ଶେଷ ଅଙ୍କ ୭, ୮ ଥିବା ଗାଡ଼ିର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ । ଶେଷ ଅଙ୍କ ୯, ୦ ଥିବା ଗାଡ଼ିର ଶେଷ ତାରିଖ ହେଉଛି ୨୦୨୩ ମସିହା ଜାନୁଆରୀ ୩୧ ତାରିଖ । ଏହି ତାରିଖ ମଧ୍ୟରେ ଗାଡ଼ି ମାଲିକମାନେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଅଟେ ।

Breaking News