ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦରେ ମନରେଗା ଯୋଜନାର ନାମ ପରିବର୍ତ୍ତନ କରି “ଜି-ରାମ-ଜି” ଯୋଜନା ନାମିତ ପ୍ରସ୍ତାବ ପରେ ପ୍ରବଳ ହଙ୍ଗାମା । ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁରଙ୍କ ନେତୃତ୍ଵରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ ।ଆଜି ଲୋକସଭାରେ ଅଧିବେଶନର ଶେଷ ପର୍ଯ୍ୟାୟରେ ଚାଲିଛି । ଲୋକସଭାରେ ଜି-ରାମ-ଜି ବିଲ୍ ଆଗତ ହେଉଛି । ୟୁପିଏ ସରକାର ସମୟର ମନରେଗା ଯୋଜନାର ନାମ ବଦଳାଇ “ବୀକ୍ଷିତ ଭାରତ – ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି” ବା VB-G RAM G ବିଲ୍ ଉପସ୍ଥାପନ ହୋଇଛି । {Viksit Bharat– Guarantee for Rozgar and Ajeevika Mission (Gramin)}ଆଜି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାକୁ ଉପସ୍ଥାପିତ କରିଥିଲେ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ବିଲ୍କୁ ବିରୋଧ କରିଥିଲେ । ପୂର୍ବରୁ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କ ମନରେଗା ଯୋଜନାକୁ ପୁନଃନିର୍ମାଣ କରିବାର ପଦକ୍ଷେପକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ କଂଗ୍ରେସ ଏହାକୁ ବିରୋଧ କରିବ । ଗୃହରେ ବିଲ ଆଗତ ହେବ ମାତ୍ରେ ବିରୋଧୀ ସଦସ୍ୟ ମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ପରେ ବିରୋଧୀ ସଦସ୍ୟ ମାନେ କକ୍ଷ ତ୍ୟାଗ କରିବ ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।






More Stories
ଦିଲ୍ଲୀରେ ପଶିପାରିବନି ଏସବୁ ଗାଡି…..
ଲୋକସଭାରେ ବୀମା ସଂଶୋଧନ ବିଲ୍ ଗୃହୀତ…..
“ଦିଲ୍ଲୀରେ ପ୍ରଦୂଷଣ ହ୍ରାସ ଅସମ୍ଭବ”,କ୍ଷମା ମାଗିଲେ ସରକାର…..