ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘଦିନର ଅସନ୍ତୋଷ ଏବଂ ଚର୍ଚ୍ଚା ପରେ ଶେଷରେ କଂଗ୍ରେସର ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ | ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହିତ ଥିବା ସମ୍ପର୍କକୁ ଆଜି ଆଜାଦ ଛିନ୍ନ କରିଛନ୍ତି | ୧୯୭୦ ମସିହାରୁ ଗୁଲାମ ନବୀ ଆଜାଦ କଂଗ୍ରେସ ପାଇଁ କାମ କରି ଆସୁଥିଲେ। ଆଉ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | କାରଣ କଂଗ୍ରେସ ସରକାର ସମୟରେ କେନ୍ଦ୍ର ମନ୍ତ୍ରୀ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଥିଲେ ଆଜାଦ | ତେବେ କୁହାଯାଉଛି ଯେ ବେଶ କିଛି ମାସ ହେବ ସେ କଂଗ୍ରେସର ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ | ଆଉ ଆଜି ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି | ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ବର୍ଷୀଛନ୍ତି | ଗୁଲାମନବୀ ଲେଖିଛନ୍ତି ରାହୁଲ ପିଲାଳିଆ, ଅପରିପକ୍ଵ |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..