ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇ ମନ୍ତ୍ରୀ ପଦ ହରାଇସାରିଛନ୍ତି ପାର୍ଥ ଚାଟାର୍ଜୀ | କିନ୍ତୁ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କର ଦୁଇଟି ଘରୁ ନଗଦର ୫୦ କୋଟି ଟଙ୍କା ମିଳିଥିବା ବେଳେ ବିପୁଳର ପରିମାଣର ସୁନା ଅଳଙ୍କାର ଜବତ ହୋଇଛି। କିନ୍ତୁ ଏବେ ସେ ଆହୁରି କୋଟି କୋଟି ଟଙ୍କା ଲୁଚା ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି। ତାଙ୍କର ୪ଟି ଦାମୀ କାର ହଠାତ ଗାଏବ ହୋଇଯାଇଛି। ଏହି କାରରେ ଟଙ୍କା ଭର୍ତ୍ତି ହୋଇ ରହିଥିବା ଇଡି ସନ୍ଦେହ କରୁଛି। ଏଥିପାଇଁ କାରଗୁଡ଼ିକ ଠାବ କରିବା ପାଇଁ ଅର୍ପିତାଙ୍କ ଲିଙ୍କ ଥିବା ବିଭିନ୍ନ ଠିକଣାରେ ତଦନ୍ତକାରୀ ଅଧିକାରୀମାନେ ରେଡ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରି ଇଡି ଜେରା କରୁଛି। ଏହି ସମୟରେ ତାଙ୍କ ଠାରୁ ୪ଟି ଦାମ କାର ସମ୍ପର୍କରେ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଗୋଟିଏ ଅଡି ଏ୪, ଗୋଟିଏ ହୁଣ୍ଡା ସିଟି, ଗୋଟିଏ ହୁଣ୍ଡା ସିଭିଆର ଓ ଗୋଟିଏ ମର୍ସିଡିଜ ବେଞ୍ଜ ଅର୍ପିତାଙ୍କର ରହିଥିଲା। ସେ ଗିରଫ ହେବାର ଦିନକ ପୂର୍ବରୁ ହିଁ କାର ଗୁଡ଼ିକ ଗାଏବ ହୋଇଯାଇଛି। ଏହି କାରଗୁଡ଼ିକରେ ଟଙ୍କା ଭର୍ତ୍ତି କରି ଅନ୍ୟତ୍ର ନିଆଯାଥିବା ଇଡି ସନ୍ଦେହ କରୁଛି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……