ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଆଜି ରାଜଧାନୀ ଭୁବନେଶ୍ୱରରେ । କମିଶନରେଟ୍ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖିଥିବା ବେଳେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ପଛ ପାର୍ଶ୍ୱରେ ରହିଛି କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟ୍। ସେହି ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଗୋଟିଏ ବିଲଡର ଅଫିସ୍ ରହିଛି। ମଧୁସ୍ମିତା ଦାସ ସେହି ଅଫିସ୍ ରେ କାର୍ଯ୍ୟକରନ୍ତି | ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ କର୍ମଚାରୀମାନେ ଅଫିସ୍ କାମରେ ବ୍ୟସ୍ତ ଥିଲେ। ଠିକ୍ ସେହି ସମୟରେ ମଧୁସ୍ମିତାଙ୍କ ସ୍ୱାମୀ ଅଫିସ୍ରେ ପଶିଥିଲେ। ସେ ତାଙ୍କ ପତ୍ନୀଙ୍କୁ ଖୋଜିଥିଲେ। ସମ୍ମୁଖରେ ପାଇ ପାଖରେ ରଖିଥିବା ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ବହୁ କଷ୍ଟରେ ତାଙ୍କୁ କାବୁ କରିଥିଲେ। ଏନେଇ ଭରତପୁର ଥାନାକୁ ସୂଚନା ଦେଇଥିଲେ। ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚି ତାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତେବେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। କମିଶନରେଟ୍ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..