Report Card Odisha

| Daily Odia News

ସ୍ତ୍ରୀଙ୍କୁ ହାଣି ନିଜ ଜୀବନ ହାରିଲେ ସ୍ୱାମୀ…..

ରିପୋର୍ଟ କାର୍ଡ / ସୋନପୁର

ସ୍ତ୍ରୀଙ୍କୁ ଭୁଜାଲିରେ ହାଣି ନିଜ ଜୀବନ ହାରିଦେଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଲିଗାଁରେ। ମୃତକ ଜଣକ ସମ୍ବଲପୁର ଛିପିଲିମା ଅଞ୍ଚଳର ବନ୍ତୋଷ ଗଣ୍ଡ ହୋଇଥିବା ଗୁରୁତର ଥିବା ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ। ବନ୍ତୋଷ ଓ ରଞ୍ଜିତାଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିବାରୁ ରଞ୍ଜିତା ନିଜ ବାପ ଘରକୁ ପଳାଇ ଯାଇଥିଲେ। ଏହାପରେ ବନ୍ତୋଷ ମଧ୍ୟ ଶ୍ୱଶୁର ଘରକୁ ଆସିଥିଲେ। ଏଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଆଜି ସକାଳେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ବନ୍ତୋଷ ପତ୍ନୀ ରଞ୍ଚିତାଙ୍କୁ ଏକ ଭୁଜାଲିରେ ହାଣି ଦେଇଥିଲେ। ରଞ୍ଜିତା ତଳେ ପଡ଼ିଯିବା ସହ ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଭାବି ଛାନିଆ ହୋଇ ପଡ଼ିଲେ ବନ୍ତୋଷ । ଏହା ପରେ ସେ ଏକ ରୁମ୍‌କୁ ଯାଇ କବାଟ ବନ୍ଦ କରି ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ରଞ୍ଜିତାଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାଯାଇଛି। ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଆରମ୍ଭ କରିଛି ।

Breaking News