ରିପୋର୍ଟ କାର୍ଡ / ଜଳେଶ୍ଵର
ମଦପିଇ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ଗହିରାବନ୍ଧ ଗ୍ରାମରେ। ଘରୋଇ କଳହକୁ ନେଇ ବିଳମ୍ବିତ ରାତିରେ ସ୍ତ୍ରୀ ମଞ୍ଜୁଲତାକୁ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟିପିଟି ପ୍ରଥମେ ହାତ ଗୋଡ଼ ଭାଙ୍ଗିଲା ପରେ ମାରିଦେଇଥିବା ଜଣାପଡ଼ିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ସ୍ବାମୀକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ସେମାନେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ରାଇବଣିଆ ପୋଲିସ ପହଂଚି ତଦନ୍ତ କରୁଛି। ପୋଲିସ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..