ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ତ୍ରୀର ହାତ ଗୋଡ଼ ବାନ୍ଧି ଶରୀରରେ ଏସିଡ ଢାଳିଲା ସ୍ବାମୀ। ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସ୍ବାମୀ ଗିରଫ କରିଛି ପୋଲିସ। ଘଟଣାଟି ରାଜନସ୍ଥାନର କୋଟାରେ ଘଟିଛି। ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ୫୦ ପ୍ରତିଶତ ଅଂଶ ଏସିଡ ଦ୍ବାରା ଜଳିଯାଇଛି। ଘଟଣା ପରେ ଅଭିଯୁକ୍ତ ସ୍ବାମୀ ସୁନୀଲ ଦିକ୍ଷିତ (୫୦) ଫେରାର ହୋଇଯାଇଥିଲା। ହେଲେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୁନୀଲକୁ ଗିରଫ କରିଛି। ସୂଚନା ଅନୁସାରେ, ସୁନୀଲ ଏବଂ ତାଙ୍କ ସ୍ତ୍ରୀ ମମତା ଗୌଡ଼(୪୫)ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିଲା। ଗତ ଶନିବାର ସେ କୋଟାକୁ ଏକ ସମ୍ମିଳନୀରେ ଯୋଗଦେବା ଲାଗି ଆସିଥିଲେ। ତେଣୁ ରାତିରେ ରହିବା ଲାଗି ସେ ଶାଶୁ ଘରକୁ ଚାଲିଯାଇଥିଲେ। ରାତିରେ ସୁନୀଲ ମମତାଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ଉପରେ ଏସିଡି ଢାଳି ଦେଇଥିଲେ। ଚିତ୍କାର ଶୁଣି ପାଖ ପଡ଼ିଲା ଲୋକେ କବାଟ ଭାଙ୍ଗି ସୁନୀଲ ଘରେ ପଶି ମମତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସୁନୀଲ ସେଠାରୁ ଫେରାର ହୋଇଯାଇଥିଲେ। ଭଂଶରୋଡଗଡ଼ରୁ ପୋଲିସ ସୁନୀଲକୁ ଗିରଫ କରିଥିଲା।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..