ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବରେ ମୋହର ବାଜିଛି | ବୁଧବାର ରାଜ୍ୟ କ୍ୟାବିନେଟର ୨୦ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି | କୃତ୍ରିମ ବୁଦ୍ଧିମତାକୁ ପ୍ରୋତ୍ସାହନ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଆଇ ଷ୍ଟାର୍ଟ ଅପ୍କୁ ଗୁରୁତ୍ବ ଦିଆଯିବ । ଏଆଇକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ । ଏହା ସହ ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ । ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଜଟାଧାର ମୁହାଣରେ ନିଜସ୍ବ ଜେଟିର ସ୍ଥାପନ ହେବ । ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ହେବ ଚୁକ୍ତି । ଓଡ଼ିଶା ବେସାମରିକ ସେବା ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି । ପୂର୍ବରୁ ଏହି ବୟସ ସୀମା ୩୨ ବର୍ଷ ଥିଲା । ଏବେ ୪୨ ବର୍ଷକୁ ବୃଦ୍ଧି କରାଯାଇଛି ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….