Report Card Odisha

| Daily Odia News

‘ଆଜି ମୋର ଦିନ ନଥିଲା:ନୀରଜ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଖେଳାଳି ନୀରଜ ଚୋପ୍ରା ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଜାଭେଲିନରେ ରୌପ୍ୟ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ନଜିତିବାରୁ ନିରାଶ ହୋଇଛନ୍ତି ନୀରଜ। ଫାଇନାଲରେ ୮୯.୪୫ ମିଟର ଜାଭେଲିନ୍‌‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ ନୀରଜ। ଫଳରେ ରୋପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଫାଇନାଲରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ମିଟର ଜାଭେଲିନ୍‌‌ ଫିଙ୍ଗ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ଜିତିଛନ୍ତି। ରୌପ୍ୟ ପଦକ ନେଇ ନୀରଜ ନ୍ୟୁଜ୍‌‌ ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପ୍ରତିଥର ଖେଳାଳିଙ୍କ ଦିନ ହୋଇନଥାଏ। ପ୍ୟାରିସ ଅଲିମ୍ପିକ୍ସରେ ଭଲ ଅଭିଜ୍ଞତା ନେଇଛି। ଫାଇନାଲରେ ଅର୍ଶଦ ନଦୀମ ନିଜର ଶ୍ରେଷ୍ଟ ପ୍ରଦର୍ଶନ ଦେଇଛନ୍ତି। ବୋଧେ ଆଜି ମୋର ଦିନ ନଥିଲା, ଅର୍ଶଦଙ୍କ ଦିନ ଥିଲା। ସେଥିପାଇଁ ସେ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ,ଏସିଆନ ଗେମ୍‌‌ରେ ଭାରତ ପାଇଁ ସ୍ୱର୍ଣ୍ଣିମ ଦିନ ଥିଲା। ତେଣୁ ଏହି ସବୁ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମିଳିଥିଲା। ପ୍ୟାରିସ ଅଲିମ୍ପିକ୍ସରୁ ଭଲ ଶିକ୍ଷା ମିଳିଛି। ଆକୁ କିପରି ଭୁଲ ନହେବ ସେଥିପ୍ରତି ଧ୍ୟାନ ଦେବି ଏବଂ ସୁଧାରିବାକୁ ପ୍ରୟାସ କରିବି ବୋଲି ନୀରଜ କହିଛନ୍ତି। ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଜାତୀୟ ସଙ୍ଗୀତ ବାଜିବାର ଆଶା ଥିଲା। ଆଗକୁ ନିଶ୍ଚିତ ଭାବେ ବାଜିବ ବୋଲି ନୀରଜ କହିଛନ୍ତି। ରୌପ୍ୟ ପଦକ ଜିତିଥିବାରୁ ନୀରଜଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ।

Breaking News