ରିପୋର୍ଟ କାର୍ଡ / ସୋଲାପୁର
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାର ଆସନ୍ତାକାଲି ଶେଷ ହେବ। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ପ୍ରଚାର ସଭାରେ କହିଥିଲେ ଯେ କର୍ଣ୍ଣାଟକ କଂଗ୍ରେସ ସରକାର ରାଜ୍ୟର ଲୋକଙ୍କୁ ଲୁଟୁଛି ଓ ଏହି ଅର୍ଥ ମହାରାଷ୍ଟ୍ର ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଖର୍ଚ୍ଚ କରୁଛି। ଏହି ମନ୍ତବ୍ୟର ପ୍ରତିକ୍ରିୟା ଦେଇ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଯୋଗର ପ୍ରମାଣ ଦେବେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ରାଜନୀତିରୁ ଅବ୍ୟାହତି ନେବେ। ଆଜି ମହାରାଷ୍ଟ୍ରର ସୋଲାପୁରରେ ମହାବିକାଶ ଆଘାଡ଼ି (ଏମ୍ଭିଏ)ମେଣ୍ଟ ସପକ୍ଷରେ ସିଦ୍ଦରମୈୟା ପ୍ରଚାର କରିଛନ୍ତି। ଏକ ସଭାରେ ଯୋଗ ଦେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗୁଡ଼ାଏ ଡାହ ମିଛ କହୁଛନ୍ତି। ଯଦି କହୁଥିବା କଥାକୁ ପ୍ରଧାନମନ୍ତ୍ରୀ ପ୍ରମାଣିତ କରିଦେବେ ତେବେ ସେ (ସିଦ୍ଦରମୈୟା) ରାଜନୀତିରୁ ଅବସର ଗ୍ରହଣ କରିବାକୁ ପଛାଇବେ ନାହିଁ। ମୋଦୀ କାହିଁକି ତାଙ୍କର ଆହ୍ବାନକୁ ସ୍ବୀକାର କରୁନାହାନ୍ତି? କାହାକୁ ସେ ଭୟ କରୁଛନ୍ତି? ମୋଦୀ କହୁଛନ୍ତି, ଜନକଲ୍ୟାଣ ଯୋଜନାର ଗ୍ୟାରେଣ୍ଟି ଦ୍ବାରା ଦେଶର ଅର୍ଥନୀତି ବିଗିଡ଼ିଯିବ। କିନ୍ତୁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଅନୁରୂପ ପ୍ରତିଶ୍ରୁତି ବିଜେପି ଘୋଷଣା କରୁଛି। ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ‘ମିଛ’କୁ ସର୍ବଦା ପ୍ରାଥମିକତା ଦେଇଆସିଛି ବୋଲି ସିଦ୍ଦରମୈୟା ଅଭିଯୋଗ କରିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……