Report Card Odisha

| Daily Odia News

ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ବାୟୁସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଗସ୍ତ ହୋଇଛି। ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶଲ୍ୟାଣ୍ଡ କରିଛି। ଏହି ସମୟରେ ହେଲିକପ୍ଟରଟି ମଧ୍ୟରେ ୨ ଜଣ ପାଇଲଟ ଓ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି ମେଣ୍ଟେନାନ୍ସ କାମରେ ନିୟୋଜିତ ହୋଇଥିଲା। ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କ୍ରାଶ ଲ୍ୟାଣ୍ଡ କରିବା ପୂର୍ବରୁ ଏହା ମଧ୍ୟରେ ଥିବା ସମସ୍ତେ ବାହାରକୁ ଚାଲି ଆସିଥିବା କୁହାଯାଇଛି। ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Breaking News