ରିପୋର୍ଟ କାର୍ଡ / ଭୁବନେଶ୍ୱର
IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରିରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଛି । ଭୁବନେଶ୍ବର ରୁପାଲି ଛକନିକଟରେ ଥିବା IDCO ଅଫିସ, ଭୁବନେଶ୍ବର କୋରଡକଣ୍ଟାସ୍ଥିତ ତିନି ମହଲା ଘର, ଭୁବନେଶ୍ବର ଝାରପଡା ନୀଳାଦ୍ରିନଗରସ୍ଥିତ ଘର, ଉତ୍ତରା ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ସ୍ଥିତ ପୈତୃକ ଘର, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବେଲତଳା ସ୍ଥିତ ଗୋଟିଏ ତିନି ମହଲା ଘରେ ଚଢାଉ ଜାରି ରହିଛି । ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ବିଶେଷ ତଥ୍ୟ ହାସଲ ହୋଇନାହିଁ । ଭୁବନେଶ୍ବର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଲାଛି ଚଢାଉ ଚାଲିଛି । ଏହି ଚଢାଉରେ ୨ ଜଣ ଡିଏସ୍ପି, ୧୦ ଇନସ୍ପେକ୍ଟର, ୫ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..