Report Card Odisha

| Daily Odia News

ଇଡକୋ ସିଜିଏମ୍ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଇଡକୋ ସିଜିଏମ୍ ସରୋଜକାନ୍ତ ମହାନ୍ତି ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜାଲାନ୍ସ ରେଡ୍‌ ପରେ ତାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଡକୋ ସିଜିଏମ ସରୋଜଙ୍କ ଶୈଳଶ୍ରୀବିହାର ଘର ସହ ମୋଟ ୭ଟି ଠିକଣାରେ ରେ ରେଡ୍ ହୋଇଥିଲା। ଯାଜପୁର ଜିଲ୍ଲା ଧର୍ମାଶାଳାସ୍ଥିତ ବ୍ରହ୍ମବରଦା ଗାଁରେ ତାଙ୍କ ପୈତୃକ ଘର, ବାରଙ୍ଗ ଓ କଟକ ନୟାବଜାର ସ୍ଥିତ ଅନ୍ୟ ୨ଟି ଘର ଓ IDCOରେ ତାଙ୍କ ଅଫିସ ରୁମରେ ମଧ୍ୟ ଅଧିକାରୀମାନେ ଯାଞ୍ଚ କରିଥିଲେ। ଏହି ସମୟରେ ଟଙ୍କା ଓ ସମ୍ପତ୍ତି ଚିଠା ମିଳିଥିଲା। ଏଥିପାଇଁ ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ସେ ଆୟ ଠାରୁ ୧୫୩% ଅଧିକ ସମ୍ପତ୍ତି ଠୁଳ କରି ରଖିଥିଲେ। ପ୍ରାୟ ଅଢ଼େଇ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ତାଙ୍କ ପାଖରୁ ମିଳିଛି। ଏହି ଆୟର ଉତ୍ସ ସମ୍ପର୍କରେ ସେ ସୂଚନା ନ ଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି।

Breaking News