ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିଛି | ଏନେଇ ଗଜପତି ଏସପି ତପନ ପଟ୍ଟନାୟକ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଏଫଓଙ୍କ ବିରୋଧରେ ଅଭିଯୋଗ ରହିଛି । ଆବଶ୍ୟକ ସ୍ଥଳେ ଡିଏଫଓଙ୍କୁ ପଚରାଉଚରା କରାଯିବ । ବାରିପଦାରୁ ଟିମ୍ ଫେରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । ସେପଟେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକାଇଥିଲେ ସେନେଇ ଜେରା କରିବ ପୋଲିସ । ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତର ସବୁ ଦିଗକୁ ତର୍ଜମା କରିଥିବା ବେଳେ ବୁଧବାର ସକାଳୁ ଏହି ଟିମ୍ ଗଜପତି ଏସପିଙ୍କ ସହ ସାକ୍ଷାତ କରିଥିଲା । ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ କ’ଣ ତଥ୍ୟ ସଂଗ୍ରହ କରିଛି ଆଗାମୀ ତଦନ୍ତର ବିଭିନ୍ନ ଦିଗକୁ ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ ଜେରା ପରେ କ’ଣ ତଥ୍ୟ ନେଇ ଫେରୁଛନ୍ତି ତାର ଅପେକ୍ଷାରେ ରହିଛି । ତେବେ ବୁଧବାର ତଦନ୍ତ ଅଧିକାରୀ ପହଞ୍ଚିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି । ଅପରପକ୍ଷରେ ଗଜପତି ଏସପିଙ୍କ କହିବା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ସହାୟତା ପାଇଁ ଆସିଛନ୍ତି । ସବୁ ଦିଗକୁ ନେଇ ପୋଲିସ ତାର କାର୍ଯ୍ୟ କରୁଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..