ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି କୋଭିଡ ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ତଣ୍ଡ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଦୈନିକ ସଂକ୍ରମଣରେ ରାଜଧାନୀ ଭୁବନେଶ୍ୱରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେଣୁ ଅମାନିଆ ରାଜଧାନୀବାସୀଙ୍କ ସାବାଡ଼ କରିବାକୁ ଏଣିକି ଜରିମାନା ଗଣିବାକୁ ପଡ଼ିବ ବୋଲି ଟ୍ୱିଟ କରିଛି ବିଏମ୍ସି। କୁହାଯାଇଛି, କୋଭିଡ୍ର ନୂତନ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି। ଏଥିପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ମହାମାରୀ ଠାରୁ ସୁରକ୍ଷିତ ରଖିବ। ଏଥିସହ ଘରୁ ବାହାରିଲେ ସଠିକ ଭାବେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବା, ସର୍ବସାଧାରଣ ସ୍ଥାନରେ ୨ ମିଟର ଦୂରତା ବଜାୟ ରଖିବା, ଭିଡ଼ରୁ ନିବୃତ୍ତ ରହିବା ତଥା ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ୨ଟି ମାତ୍ରା ନିଶ୍ଚିତ ଭାବେ ନେବାକୁ ବିଏମ୍ସି ପକ୍ଷରୁ ପରାମର୍ଶ ଦିଆଯାଇଛି।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..