ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶରୀରରେ ଟାଟୁ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣଙ୍କ ଶରୀରରେ ସ୍ଥାୟୀ ଟାଟୁ ଅଛି ତେବେ ଆପଣ ସରକାରୀ ଚାକିରି ପାଇପାରିବେ ନାହିଁ। ଅନେକ ଚାକିରି ଅଛି ଯେଉଁଥିରେ ଶରୀରରେ ଟାଟୁ ଥିଲେ ଚାକିରି ଦିଆଯାଇ ନ ଥାଏ। ସାରା ବିଶ୍ୱରେ ଟାଟୁର କ୍ରେଜ୍ ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ବିଶେଷକରି ଯୁବବର୍ଗମାନେ କୁଲ୍ ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ଟାଟୁ କରାଉଛନ୍ତି। ସେଥିପାଇଁ ପ୍ରତିବର୍ଷ ୧୭ ଜୁଲାଇରେ ଜାତୀୟ ଟାଟୁ ଦିବସ ମଧ୍ୟ ପାଳନ କରାଯାଉଛି। ତେବେ ଟାଟୁ କରିବା କେତେ ବିପଜ୍ଜନକ ଏବଂ ଏହା ଯୋଗୁ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କେତେକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି। ଅନେକ ରିପୋର୍ଟରୁ ଜଣାପଡିଛି ଯେ ଯେଉଁମାନଙ୍କର ଟାଟୁ ଥାଏ ସେମାନଙ୍କୁ ଅନ୍ୟମାନଙ୍କ ତୁଳନାରେ କର୍କଟ ହେବାର ଅଧିକ ଆଶଙ୍କା ଥାଏ। କିନ୍ତୁ ଏସବୁ ବ୍ୟତୀତ, ଭାରତର ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ କରିଥିବା ଲୋକଙ୍କୁ ଚାକିରୀ ଦିଆଯାଇ ନ ଥାଏ। ଭାରତରେ ଏପରି ଅନେକ ସରକାରୀ ଚାକିରୀ ଅଛି, ଯେଉଁଥିରେ ଶରୀରରେ ଟାଟୁ ଥିଲେ ନିଯୁକ୍ତି ପାଇଁ ଅନୁମତି ଦିଆଯାଇ ନ ଥାଏ। ଅନେକ ସରକାରୀ ଚାକିରିରେ, ଶରୀରରେ ଟାଟୁ ଥିବାରୁ ପ୍ରାର୍ଥୀମାନଙ୍କର ପ୍ରାର୍ଥୀତ୍ବ ଖାରଜ ହୋଇଥାଏ। ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ପୋଲିସ ସେବା, ଭାରତୀୟ ରାଜସ୍ୱ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ବାୟୁସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ପୋଲିସ ବିଭାଗରେ ଏହି ବିଷୟରେ କଡ଼ା ପ୍ରତିବନ୍ଧକ ଏବଂ ନିୟମ ରହିଛି। ଯଦି ପ୍ରାର୍ଥୀ ଆଦିବାସୀ ସମ୍ପ୍ରଦାୟରୁ ଆସିଥାନ୍ତି, ତେବେ କିଛି ସରକାରୀ ଚାକିରିରେ ସେଭଳି ପ୍ରାର୍ଥୀଙ୍କ ଶରୀରରେ ଟାଟୁ ଥିବା ବିଷୟରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥାଏ। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ମଧ୍ୟ ଅଛି ଯେ ଟାଟୁ ଛୋଟ ହେବା ଉଚିତ ଏବଂ ପ୍ରାର୍ଥୀ ଜଣକ ଆଦିବାସୀ ସମ୍ପ୍ରଦାୟ ସହିତ ଜଡିତ ହେବା ଉଚିତ୍। ଯେକୌଣସି ପ୍ରକାରର ଫ୍ୟାଶନେବଲ୍ ଟାଟୁ କିମ୍ବା ଟାଟୁ ଯାହା କାହାର ଭାବନାକୁ ଆଘାତ କରେ ତାହା ଗ୍ରହଣୀୟ ନୁହେଁ। ଏପରି କ୍ଷେତ୍ରରେ ଚାକିରୀ ଦିଆଯାଏ ନାହିଁ । ଅନେକ ସରକାରୀ ଚାକିରିରେ ଟାଟୁ ସମ୍ବନ୍ଧରେ ଅଲଗା କଠୋର ନିୟମ ରହିଛି। ଚୟନ ସମୟରେ ଯଦି କୌଣସି ପ୍ରାର୍ଥୀ ଏହି ନିୟମ ପରିସର ମଧ୍ୟରେ ଆସନ୍ତି, ତେବେ ତାଙ୍କୁ ବାୟୁସେନା, ଭାରତୀୟ ନୌସେନା, କୋଷ୍ଟଗାର୍ଡ, ପ୍ରତିରକ୍ଷା ଭଳି କ୍ଷେତ୍ରରେ ଚାକିରି ପାଇବା କଷ୍ଟକର ହୋଇଥାଏ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……