ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ଭଦ୍ରକ ଜିଲ୍ଲାରେ ବିଜେଡି ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି। ପ୍ରୟାସକାନ୍ତି ସାମଲ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନିଜେ ଘୋଷଣା କରିଛନ୍ତି। ସେ ପୂର୍ବରୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୩ ମସିହାରେ ପ୍ରୟାସକାନ୍ତି ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବେ ର୍ନିବାଚିତ ହୋଇଥିଲେ। ଏହା ସହିତ ସେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ | ପ୍ରୟାସକାନ୍ତିଙ୍କ ଇସ୍ତଫା ପଛରେ କ’ଣ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ଦଳ ଭିତରେ ଅସନ୍ତୋଷ କିମ୍ବା ନୂଆ ରାଜନୈତିକ ରଣନୀତିର ସଙ୍କେତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..