ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକରେ ଯୁବ ଚାଷୀଙ୍କୁ ବିବାହ କରୁଥିବା ମହିଳାମାନଙ୍କୁ ସ୍ୱତନ୍ତ୍ର ଭତ୍ତା ଏବଂ ମାନ୍ୟତା ପ୍ରଦାନ ପାଇଁ ଦାବି ତୀବ୍ର ହୋଇଛି। କଂଗ୍ରେସ ବିଧାୟକ ଏଚ୍ ଡି ରଙ୍ଗନାଥ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଚିଠି ଲେଖି ଏପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି। ରଙ୍ଗନାଥ ଫେବୃଆରୀ ୧୮ ତାରିଖରେ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ କୃଷି ଉପରେ ନିର୍ଭର କରେ। ଏଠାରେ ଅଧିକାଂଶ ଯୁବକ ଗାଁରେ ରୁହନ୍ତି ।ଏବଂ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ସମସ୍ୟା ହେଉଛି ଏଠାରେ ଅନେକ ଯୁବକ ୩୦ ବର୍ଷ ବୟସ ଅତିକ୍ରମ କରିସାରିଲେଣି। ହେଲେ ଏପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ସେ ଲେଖିଛନ୍ତି ଯେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଁ ଅନୁରୋଧ କରୁଛି ଯେ ଆଗାମୀ ବିଧାନସଭା ଅଧିବେଶନରେ ଏକ ସ୍ୱତନ୍ତ୍ର ଘୋଷଣା କରାଯାଉ। ଏଥିରେ, ଗାଁରେ ରହୁଥିବା ଏବଂ କୃଷି କାର୍ଯ୍ୟରେ ନିୟୋଜିତ ପୁରୁଷଙ୍କ ସହ ବିବାହିତ ମହିଳାମାନଙ୍କୁ ସ୍ୱତନ୍ତ୍ର ଭତ୍ତା ଏବଂ ସେମାନଙ୍କୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବା ଉଚିତ। ରଙ୍ଗନାଥ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ଗ୍ରାମୀଣ ଯୁବକଙ୍କ ବିବାହ ସମସ୍ୟାକୁ ହ୍ରାସ କରିବ। ଏହା ସହିତ, ଏହା ସାମାଜିକ ଭାବରେ କୃଷିଭିତ୍ତିକ ଜୀବନଶୈଳୀକୁ ମଜବୁତ କରିବ। ଏବଂ ଯୁବ ଚାଷୀମାନଙ୍କୁ ଉତ୍ସାହିତ କରିବ। ଏହି ପ୍ରସଙ୍ଗ ଉପରେ ବିଧାନସଭାରେ ଆଲୋଚନା କରାଯିବା ଉଚିତ। ଏହି ପ୍ରସ୍ତାବ କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..