ରିପୋର୍ଟ କାର୍ଡ / କୋରାପୁଟ
ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଆଇଆଇସି ରଂଜିତ ସାହୁ । ଗତ ମାସ ୧୪ ତାରିଖରେ ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ପ୍ରାୟ ଦେଢ କେଜିରୁ ଅଧିକ ସୁନା ଲୁଟ୍ ହୋଇଥିବା ବେଳେ ଏହି ଘଟଣାରେ ତାଙ୍କୁ ସସ୍ପେଣ୍ଡ ହେବାକୁ ପଡ଼ିଛି। ଲୁଟେରାଜଣକ ସୁନା ବିକିଥିବା ଲୋକକୁ ଭଲ ଭାବେ ଜାଣିଥିଲେ ଆଇଆଇସି । ତଥାପି ଏନେଇ ସେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରି ନ ଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଡିଜିପି ତାଙ୍କ ବିରୋଧରେ ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ, ଗତ ମାସ ୧୪ ତାରିଖରେ ଏସ୍ବିଆଇ ଲକରରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଲକ୍ଷ୍ମୀପୁର ଥାନା ପୁଲିସ୍ ଜଣେ ଲୁଟେରାକୁ଼ ଗିରଫ କରିଥିଲା। ତାକୁ ପଚରାଉଚରା କରିବା ପରେ ନାରାୟଣପାଟଣାରେ ଜଣେ ଲୋକ ତା’ ପାଖରୁ ୪୦୦ ଗ୍ରାମ ସୁନା କିଣିଥିବା ଲୁଟେରାଜଣକ କହିଥିଲା। ଲକ୍ଷ୍ମୀପୁର ପୁଲିସ୍ ଘଟଣାର ତଦନ୍ତ କରିବା ପରେ ସୁନା କିଣିଥିବା ବ୍ୟକ୍ତିଙ୍କ ସହ ନାରାୟଣପାଟଣା ଆଇଆଇସିଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ଆଇଆଇସି ରଂଜିତ ସାହୁ ଅଭିଯୁକ୍ତକୁ ଜାଣିଥିଲେ ମଧ୍ୟ ଏନେଇ ସେ ଲକ୍ଷ୍ମୀପୁର ପୁଲିସ୍କୁ ଅବଗତ କରାଇ ନ ଥିଲେ। ନାରାୟଣପାଟଣା ଆଇଆଇସିଙ୍କ ବାଦ ଉକ୍ତ ଥାନାର ହୋମଗାର୍ଡ ଗୋପାଳ ରେଡ୍ଡି ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ତେଣୁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଡିଜିପି କହିଛନ୍ତି।
More Stories
ସରକାରୀ ଅଫିସ୍ରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ମନା……
ସୀମାପାର ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଟଳିଲେ ୨ ଆତଙ୍କୀ…..
ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..