ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୁବନେଶ୍ୱର ଆଇଆଇଟି ର ନୂତନ ନିର୍ଦ୍ଦେଶକ ହେବେ ପ୍ରଫେସର ଶ୍ରୀପଦ କମଲକର | ନୂତନ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି | ଦେଶର ୮ ଟି ଆଇଆଇଟି ପ୍ରତିଷ୍ଠାନର ନିର୍ଦ୍ଦେଶକ ନିଯୁକ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ଏ ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ସମସ୍ତ ଆଇଆଇଟି ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ପାଇପାରିବେ। ସୂଚନାଯୋଗ୍ୟ ଯେ ଭାରତର ରାଷ୍ଟ୍ରପତି ହେଉଛନ୍ତି ଦେଶର ସମସ୍ତ ଆଇଆଇଟି ଅନୁଷ୍ଠାନର ପରିଦର୍ଶକ। ତେଣୁ ଆଇଆଇଟିର ନିର୍ଦ୍ଦେଶକ ନିଯୁକ୍ତ କରିବାର ରାଷ୍ଟ୍ରପତିଙ୍କର ଅଧିକାର ରହିଛି। ଏହି କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ପ୍ରଫେସର ଏ ସେଶାଦ୍ରି ଶେଖରଙ୍କୁ ଆଇଆଇଟି ପାଲକ୍କଡ ପାଇଁ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିବାବେଳେ ପ୍ରଫେସର କେ.ଏନ୍ ସତ୍ୟନାରାୟଣଙ୍କୁ ଆଇଆଇଟି ତିରୁପତିର ନିର୍ଦ୍ଦେଶକ ତଥା ପ୍ରଫେସର ଭେଙ୍କପ୍ପା ଆର ଦେଶାଇଙ୍କୁ ଆଇଆଇଟି ଧରୱାଡର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଫେସର ରାଜୀବ ପ୍ରକାଶଙ୍କୁ ଆଇଆଇଟି ଭିଲାଇ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରଫେସର ରଜତ ମୁନା ଆଇଆଇଟି ଗାନ୍ଧିନଗରର ନୂତନ ନିର୍ଦ୍ଦେଶକ ହେବେ। ରାଷ୍ଟ୍ରପତି ପ୍ରଫେସର ପାସୁମାର୍ଥୀ ସେସୁଙ୍କୁ ଆଇଆଇଟି ଗୋଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ପ୍ରଫେସର ମନୋଜ ସିଂ ଗୌରଙ୍କୁ ଆଇଆଇଟି ଜାମ୍ମୁ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତି କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….