ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଆଇଆଇଟିରେ ଚଳିତ ଶିକ୍ଷାବର୍ଷରୁ ୪ ବର୍ଷିଆ ବିଏଡ୍ ପାଠ୍ୟକ୍ରମ ଆରମ୍ଭ ହେବ | ରାଷ୍ଟ୍ରୀୟ ଶିକ୍ଷକ ଶିକ୍ଷା ପରିଷଦ ତରଫରୁ ୪ ବର୍ଷିଆ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ବିଏଡ୍ ପାଠ୍ୟକ୍ରମକୁ ଭୁବନେଶ୍ୱର ଆଇଆଇଟିରେ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଛି । ବିଏଡ୍ ପାଠ୍ୟକ୍ରମରେ ୫୦ଟି ସିଟ୍ ରହିଛି । ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ରାଷ୍ଟ୍ରୀୟ ପରୀକ୍ଷା ସଂସ୍ଥା-ଏନ୍ଟିଏ ଦ୍ୱାରା କରାଯିବ । ଏଥିପାଇଁ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ମାସ ୧୩ ତାରିଖ ଆବେଦନର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଇଂରାଜୀ ଓ ହିନ୍ଦୀ ସହିତ ୧୩ଟି ଭାରତୀୟ ଭାଷାରେ ଦେଶର ୭୮ଟି ସହରରେ ପ୍ରବେଶିକା ଦେଇପାରିବେ ପରୀକ୍ଷାର୍ଥୀ |






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍…..
୧୪ ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ…..