ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ଆଇଆଇଟି ହାଇଦ୍ରାବାଦରେ ପାଠ ପଢ଼ୁଥିବା ଓଡ଼ିଆ ଛାତ୍ରୀ ମମିତା ନାଏକଙ୍କର ମୃତ୍ୟୁ ଘଟିଛି । ତାଙ୍କୁ ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ଓଡ଼ିଆ ଛାତ୍ରୀ ମମିତା ନାଏକ ହାଇଦ୍ରାବାଦ ଆଇଆଇଟିରେ ଏମ.ଟେକ୍ କରୁଥିଲେ। ରାତିରେ ସବୁ ଛାତ୍ରୀ କ୍ୟାଣ୍ଟିନକୁ ଖାଇବାକୁ ଯାଇଥିବାବେଳେ ମମିତା ଯାଇନଥିଲେ । ଏହାପରେ ତାଙ୍କର ଜଣେ ସହପାଠୀ ତାଙ୍କୁ ଫୋନ କରିଥିଲେ, ମାତ୍ର ସେ ଫୋନ୍ ଉଠାଇ ନ ଥିଲେ। ସେ କାହିଁକି ଫୋନ୍ ଉଠାଉନାହାନ୍ତି ସନ୍ଦେହ ହେବାରୁ ତାଙ୍କ ରୁମକୁ ଆସି ସହପାଠିନୀମାନେ ଦେଖିଥିଲେ। ଦେଖିବା ପରେ ଜଣାପଡ଼ିଥିଲା ସେ ଆତ୍ମହତ୍ୟା କରିଛନ୍ତି। ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଥିଲା। ପୋଲିସ ମମିତାଙ୍କ ରୁମରୁ ସୁଇସାଇଡ ନୋଟ୍ ଜବତ କରିଛି । ଅର୍ଥାଭାବ ଓ ପାଠପଢ଼ାର ଚାପ କାରଣରୁ ସେ ସୁଇସାଇଡ୍ କରିଥିବା ସେଥିରେ ଉଲ୍ଲେଖ ରହିଥିବା ପୋଲିସ ସୂଚନା ଦେଇଛି ।






More Stories
କାଲିଠାରୁ CBSE ଦଶମ-ଦ୍ବାଦଶ ପରୀକ୍ଷା…..
ମୋତେ ନିୟମକାନୁନ ଦେଖାନା…..
ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ…..