Report Card Odisha

| Daily Odia News

ମଣିଷଙ୍କୁ ରୋବୋଟ ବନେଇବେ ଏଲନ ମସ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଲନ ମସ୍କ ମଣିଷଙ୍କୁ ରୋବୋଟ କରିବାର ପ୍ରକଳ୍ପ ତାଙ୍କର ନୂତନ ପରୀକ୍ଷଣ ତାଲିକାରେ ସାମିଲ ହୋଇଛି । ବାସ୍ତବରେ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ କମ୍ପାନୀ ମଣିଷଙ୍କ ମସ୍ତିଷ୍କରେ ଏକ ଛୋଟ କମ୍ପ୍ୟୁଟରକୁ ଫିଟ୍ କରିବାକୁ ଯାଉଛି । ଏହି କମ୍ପାନୀର ସହ-ପ୍ରତିଷ୍ଠାତା ହେଉଛନ୍ତି ଏଲନ ମସ୍କ । ମଣିଷକୁ ରୋବୋଟ କରିବାର ପ୍ରକଳ୍ପ ଗତ ଚାରି ବର୍ଷ ଧରି ଚାଲୁ ରହିଛି । ଏଲନ ମସ୍କ ଏହି ମାମଲାରେ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନୀ ତରଫରୁ ଆସନ୍ତା ଛଅ ମାସ ମଧ୍ୟରେ ମଣିଷଙ୍କ ମସ୍ତିଷ୍କରେ ଏକ ଛୋଟ କମ୍ପ୍ୟୁଟର ଫିଟ କରି ସେମାନଙ୍କର ପରୀକ୍ଷା ଆରମ୍ଭ ହେବ । ନ୍ୟୁରାଲିଙ୍କ ଦ୍ୱାରା ଆୟୋଜିତ ଏକ ଶୋ ମାଧ୍ୟମରେ ମାନବ ମୁଣ୍ଡରେ ଏହି ଟେକ୍ନୋଲୋଜି କିପରି ବ୍ୟବହାର କରାଯାଇଥିଲା ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

Breaking News