Report Card Odisha

| Daily Odia News

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ଅରୁଣ ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରତାପ ଜେନା, ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ ଏହି ବୈଠକରେ ସାମିଲ ଥିଲେ। ବୈଠକ ପରେ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଅଛନ୍ତି, ଦଳ ମଜଭୂତ ଅଛି। ଲୋକମାନଙ୍କ ଭରସାର ଦଳ ହୋଇ ରହିବ। ଆଜି ସମ୍ପୂର୍ଣ୍ଣ ଭାବେ ସଂଗଠନ କାର୍ଯ୍ୟକ୍ରମକୁ ଆଗେଇବାକୁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ। ରାଜ୍ୟ ସଭାପତି, ଜିଲା ସଭାପତି ଓ ରାଜ୍ୟ କମିଟି ସହ ଅନ୍ୟ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି। ସଂଗଠନ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଛି । ସେହିପରି ବିଜେଡି କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି, ଆଜି ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ୩୩ ସାଙ୍ଗଠନିକ ଜିଲାରେ କିପରି ସଭାପତି ନିର୍ବାଚନ ହେଉଛି, ବ୍ଲକ ସଭାପତି ଚୟନରେ କଣ ସମସ୍ୟା ରହୁଛି, କିଭଳି ନିର୍ବାଚନ ଠିକ୍‌ ଭାବେ ହେବ, ସେନେଇ ସଭାପତିଙ୍କୁ ଅବଗତ କରିଛୁ। ଅନ୍ୟ ସବୁ କଥା କାଲି ସ୍ପଷ୍ଟ ହୋଇଛି। ସବୁ ସନ୍ଦେହର ଶୀଘ୍ର ସମାଧାନ ହେବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୃଢ଼ ବିରୋଧୀ ଦଳ ସହ ଲୋକଙ୍କ ଆଶା ଓ ଭରସାର ଦଳ ହୋଇ ରହିବ। ସଂଗଠନ ନିର୍ବାଚନ ପାଇଁ ଗତକାଲି ଡିଆରଓମାନଙ୍କ ବୈଠକ ନେଇଥିଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଯେଉଁ ସବୁ ନାଁ ଆସିଛି, ସବୁ କାର୍ଯ୍ୟସୂଚୀ ନେଇ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛୁ ବୋଲି କହିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର।

Breaking News