ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଡ-୧୯ ସଂକ୍ରମଣ ଧୀରେଧୀରେ ବ୍ୟାପିବାରେ ଲାଗିଛି। ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଭିଡିଓ କନଫରରେନସିଙ୍ଗରେ ସବୁ ରାଜ୍ୟ ଅଧିକାରୀ ସାମିଲ ହେବେ। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଦେଶରେ ବ୍ୟାପୁଥିବା ଦୁଇଟି ଭାରିଏଣ୍ଟରେ କେବଳ ଥଣ୍ଡା ଓ କାଶ ଲକ୍ଷଣ ଦେଖା ଯାଉଛି। ରାଜ୍ୟରେ ଚି଼ହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ବସ୍ଥା ଭଲ ରହିଛି। ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ତେଣୁ ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ଏଥିରୁ କେବଳ ମହାରାଷ୍ଟ୍ରରୁ ୫ ଜଣ ସାମିଲ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଛି। କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହନ୍ତି କେନ୍ଦ୍ର ସରକାର। ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍-୧୯ ମାମଲା ହଠାତ୍ ବୃଦ୍ଧି ପାଇଛି । ଏହି ସମସ୍ତ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଭାରତରେ କୋଭିଡ-୧୯ ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ମେ ମାସରେ, କେରଳରେ ସର୍ବାଧିକ ୨୭୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳର ଡାକ୍ତରଖାନାଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଏବଂ ଥଣ୍ଡା ଓ କାଶ ଲକ୍ଷଣ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପଡ଼ୋଶୀ କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..