ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍ଙ୍କୁ ଲାହୋର ହାଇକୋର୍ଟ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ନିଷିଦ୍ଧ ପାଣ୍ଠି ମାମାଲାରେ ପାକିସ୍ତାନର ନିର୍ବାଚନ କମିସନ ୭୦ ବର୍ଷୀୟ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହାପରେ ଦଳର କର୍ମୀମାନେ କମିସନଙ୍କ କାର୍ଯ୍ୟାଳୟ ବାହାରେ ହିଂସାତ୍ମକ ପ୍ରତିବାଦ କରିଥିଲେ। ଏ ନେଇ ମାମଲା ହୋଇଥିଲା। ଇମ୍ରାନ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ମାମଲାର ବିଚାର ପାଇଁ ଅଦାଲତରେ ହାଜର ହେବାକୁ ବିଚାରପତି ତାରିକ ସଲିମ ଶେଖ୍ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଇମ୍ରାନଙ୍କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଦାଲତରେ ହାଜର ହୋଇଥିବାରୁ ବିଚାରପତି ଅଲ୍ଲୀ ବକର ନଜାଫି ଖୁସିବ୍ୟକ୍ତ କରିଥିଲେ। ଗତ ସପ୍ତାହରେ ଖାନ୍ ଅଦାଲତରେ ହାଜର ହୋଇଥାନ୍ତେ। ପିଏମ୍ଏଲ୍-ଏନ୍ ସରକାର ଇମ୍ରାନଙ୍କ ବିରୋଧରେ ଆତଙ୍କବାଦୀ ଦଫା ଲଗାଇ ତାଙ୍କୁ ଗିରଫ କରିବାକୁ ଯେଉଁ ଉଦ୍ୟମ କରିଥିଲା ସେଥିରୁ ତାଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……