ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଜି ଲାହୋର କୋର୍ଟରେ ଦେଖିବାକୁ ମିଳିଛି। ଆତଙ୍କବାଦୀ ମାମଲାରେ ଜାମିନ ଆବେଦନ କରିଥିବା ଇମ୍ରାନ ଆଜି ଏକ ବୁଲେଟପ୍ରୁଫ୍ ବକେଟ୍ ପିନ୍ଧି ଲାହୋର କୋର୍ଟରେ ପହଞ୍ଚିଥିଲେ। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ତେବେ କୋର୍ଟ ଇମ୍ରାନଙ୍କୁ ୩ଟି ଆତଙ୍କବାଦୀ ମାମଲାରେ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। ଜାମିନ ପାଇଁ ଇମ୍ରାନ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ଜରୁରୀ ବୋଲି କୋର୍ଟ କହିବାପରେ ଆଜି ଇମ୍ରାନଙ୍କୁ ଏଭଳି ବେଶରେ ଦେଖିବାକୁ ମିଳିଥିଲା। ଖାନ୍ଙ୍କ ମୁଣ୍ଡ ଉପରେ ବୁଲେଟପ୍ରୁଫ୍ ବକେଟ୍ ସଦୃଶ ଏକ ବୁର୍ଖା ଢଙ୍କା ଯାଇଥିବାବେଳେ ସେ ଚାଲି ଚାଲି କୋର୍ଟରେ ପହଞ୍ଚିଥିଲେ। ଇମ୍ରାନଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ କହିଛନ୍ତି, ଇମ୍ରାନ କ’ଣ ବୁଲେଟପ୍ରୁଫ୍ ବୁର୍ଖା ପିନ୍ଧିଛନ୍ତି।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..