Report Card Odisha

| Daily Odia News

୧୮ରେ ଅଦାଲତରେ ହାଜର ହେବେ ଇମ୍ରାନ୍‌ ଖାଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୋଷଖାନା ମାମଲାରେ ଗିରଫ ହେବାର ସମ୍ଭାବନା ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମାର୍ଚ୍ଚ ୧୮ ତାରିଖରେ ଲାହୋର୍‌ ହାଇକୋର୍ଟରେ ହାଜର ହେବେ । ସେ ଅଦାଲତରେ ହାଜର ହେବେ ବୋଲି ମଙ୍ଗଳବାର ‘ଲାହୋର୍‌ ହାଇକୋର୍ଟ ବାର୍‌’ର ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ଇମ୍ରାନ୍‌ ଖାଁ ପ୍ରତିଶ୍ରୁତି ଦେଇଛନ୍ତି। ମଙ୍ଗବାର ଦିନ ମଧ୍ୟ ଇମ୍ରାନ୍‌ ଖାଁ କହିଥିଲେ ଯେ, ଗିରଫ ହେବା ପାଇଁ ସେ ମାନସିକ ଭାବେ ପ୍ରସ୍ତୁତ ଅଛନ୍ତି। ବାହାରେ ‘ପାକିସ୍ତାନ ତେହ୍‌ରିକ୍‌-ଏ-ଇନ୍‌ସାଫ୍‌’ର ସମର୍ଥକ ଓ ପୋଲିସ ଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ସେ ଗଣମାଧ୍ୟମ ‘ଅଲ୍‌ ଜଜୀରା’କୁ କହିଥିଲେ |ବାହାରେ ବହୁସଂଖ୍ୟକ ପୋଲିସ ଫୋର୍ସ ଥିବା କାରଣରୁ ସେ ଗିରଫ ହେବା ପାଇଁ ମାନସିକ ପ୍ରସ୍ତୁତି କରିସାରିଛନ୍ତି। ସେମାନେ କେବଳ ପୋଲିସ ଆଣି ନାହାନ୍ତି, ସେନାରେ ଥିବା ରେଞ୍ଜର୍‌ମାନଙ୍କୁ ବି ଆଣିଛନ୍ତି। ମନେ ହେଉଛି ସତେଅବା ପାକିସ୍ତାନର ସବୁଠୁ କୁଖ୍ୟାତ ଆତଙ୍କବାଦୀ ଏଠାରେ ଆତ୍ମଗୋପନ କରିଛି। ମୋର ମନେହୁଏ, ଗିରଫ କରିବାକୁ ସେମାନେ ବଦ୍ଧପରିକର। ଆଇନ ଅନୁସାରେ ମୋଠାରୁ କିଛି ଉଦ୍ଧାର କରିବା ପାଇଁ ସେମାନେ ଚିନ୍ତିତ ନୁହନ୍ତି। ସମାନେ ଚିନ୍ତିତ ହେବାର କାରଣ ହେଉଛି ଏବେ ସବୁଠୁ ବଡ଼ ଅପରାଧୀ କ୍ଷମତାସୀନ ହୋଇଛନ୍ତି। କ୍ୟାବିନେଟ୍‌ରେ ଥିବା ୬୦% ସଦସ୍ୟ ଅପରାଧୀ ଓ ସେମାନେ ଜାମିନରେ ଆସିଛନ୍ତି ବ‌ୋଲି ଇମ୍ରାନ୍‌ ଖାଁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ ମୋ ଦଳର ଲୋକପ୍ରିୟତା ଦେଖି ଭୀତତ୍ରସ୍ତ ହୋଇପଡ଼ିଥିବାରୁ ମ‌ୋତେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ହଟାଇବାକୁ ଚାହୁଁଛନ୍ତି। ସମସ୍ତ ଓପିନିୟନ୍‌ ପୋଲ୍‌ ଏକମତ ଯେ, ଆଗାମୀ ନିର୍ବାଚନରେ ଆମେ ବିପୁଳ ସଂଖ୍ୟରେ ବିଜୟ ହାସଲ କରିବୁ।

Breaking News