ରିପୋର୍ଟ କାର୍ଡ / ସାକ୍ଷୀଗୋପାଳ
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବାଙ୍ଗୀୟ ତନ୍ତ୍ରପୀଠ ମା’ ଦକ୍ଷିଣ କାଳୀଙ୍କ ପୀଠରେ ଅଘଟଣ ଘଟିଛି। ସୋମବାର ରାତି ପ୍ରାୟ ୧୨ଟାରେ ପୂଜା ସମୟରେ ମଞ୍ଚ ପାର୍ଶ୍ୱରେ ବିଦ୍ୟୁତ ଆଘାତ ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟ ପୁରୁଷ ଏବଂ ମହିଳା ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ର କର୍ମଚାରୀ ଏବଂ ଉପସ୍ଥିତ ଶ୍ରଦ୍ଧାଳୁ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବୀରଗୋବିନ୍ଦପୁର ଗ୍ରାମରେ କାଳୀପୂଜା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୀପସ୍ମିତା ରାୟ ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସାକ୍ଷୀଗୋପାଳ ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସତ୍ୟବାଦୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ l ଫୋରେନସିକ ଟିମ ଉଭୟ ମୃତକଙ୍କ ଫଟୋ, ଆଙ୍ଗୁଠି ଛାପ ଓ ଡିଏନଏ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି। ସତ୍ୟବାଦୀ ଥାନାରେ ୨୬/୨୫ରେ ଏକ ମାମଲା ରୁଜୁ ହୋଇଛି। ମୃତକ ଦ୍ବୟଙ୍କ ପରିଚୟ ଜଣା ପଡ଼ି ନ ଥିବାରୁ ଚି଼ହ୍ନଟ ନିମନ୍ତେ ସତ୍ୟବାଦୀ ପୋଲିସ ତରଫରୁ ଉଭୟଙ୍କ ଫଟୋ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସୂଚନା ଦେଇଛନ୍ତି।






More Stories
ମନ୍ଥା ମୁକାବିଲା ପାଇଁ ବିଏମ୍ସି ପ୍ରସ୍ତୁତ…..
୩ ମାସ ବ୍ଲକ ଡିଇଓଙ୍କ ଦରମା ବନ୍ଦ…..
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍ଓଙ୍କ ଆଗୁଆ ଜାମିନ ଆବେଦନ ଖାରଜ…..